centurian jitm

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନର ପ୍ରଥମ ମ୍ୟାଚରେ ସିଂ ବ୍ରଦର୍ସ ଫୁଟବଲ କ୍ଲବ ଉଇନାଇଟେଡ଼ ଫୁଟବଲ କ୍ଲବକୁ ୩ – ୦ ଗୋଲରେ ପରାସ୍ତ କରିଥିଲା । ଲଖଣ ମୁର୍ମୁ, ଦଶରଥ ହେମ୍ବ୍ରମ ଓ ଶ୍ୟାମ ସୋରେନ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଦ୍ଵିତୀୟ ମ୍ୟାଚରେ କିସ୍କୁ ବ୍ରଦର୍ସ ଫୁଟବଲ କ୍ଲବ ଭୋଳା ଫୁଟବଲ କ୍ଲବକୁ ଟାଇବ୍ରେକର ଜରିଆରେ ୩ – ୧ ଗୋଲରେ ପରାସ୍ତ କରିଥିଲା । ଶୈକତ ଗିରି, ଅମିତ ମାଇତି, ଚନ୍ଦନା ଘୋଷ ଓ ସୁଭଦ୍ରା ହେମ୍ବ୍ରମ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ ସ୍ତରୀୟ ଫୁଟବଲ ଖେଳାଳି ଯଦୁନାଥ ମାଝୀ, ତପନ ସିନ୍ହା, ପ୍ରଦୀପ କୁମାର ବେହେରା ଓ ବୈଲୋଚନ ପାତ୍ରଙ୍କୁ ମୁଖ୍ୟ ଆୟୋଜକ ଲୋହିତ ଦାଶ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଫାଓ ଉପ ସଭାପତି ଅସିତ ପତି, ପୂର୍ବତନ କୋଚ କୁମାର ରଞ୍ଜନ ପଣ୍ଡା, ବିଶିଷ୍ଟ ଫୁଟବଲ ଖେଳାଳି କୈଳାସ ବେହେରା, ଅଶୋକ ମିସ୍ତ୍ରୀ, ଓ ବିଜୟ କୁମାର ଦାସ (ମଣ୍ଟୁ ଦା), ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ ବିନୋଦ ରାମ, ରବୀନ୍ଦ୍ର ନାୟକ, ନୁରୁଲ ଇସଲାମ, ସୁକେନ୍ଦୁ ଦାସ ଉପସ୍ଥିତ ଥିଲେ । ଆସନ୍ତା କାଲି ଜୁନିୟର ଫୁଟବଲ କ୍ଲବ ଓ କିସ୍କୁ ବ୍ରଦର୍ସ ମଧ୍ୟରେ ଏବଂ ଭେଟେରାନ ଫୁଟବଲ କ୍ଲବ ଓ ଓ଼ଲ୍ଡ ଇଜ ଗୋଲ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.