oom

ଟିଟିଲାଗଡ଼ବାସୀଙ୍କ ଦାବୀ ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟିଟିଲାଗଡ଼ ଗସ୍ତକୁ ନେଇ ତୀବ୍ର ବିରୋଧ ହେବ – ମହେନ୍ଦ୍ର ଠାକୁର

jsmm

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ଗାଁ ବିକାଶ କରୁଥିବା ଡିମ ଡିମ ପିଟୁଥିବା ବେଳେ ଗାଁ ଠୁ ଆରମ୍ଭ କରି ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେଇ ସମାଧାନ କରୁଥିବା ସ୍ଥାନୀୟ ନେତା ମନ୍ତ୍ରୀ ବିଭିନ୍ନ ସମୟରେ ଭାଷଣ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ହେଲେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଅନେକ ସମସ୍ୟା ଲାଗି ରହିଥିବା ବେଳେ କାହିଁକି ରାଜ୍ୟ ସରକାର ସମସ୍ୟାର ସମାଧାନ କରିପାରୁ ନାହାଁନ୍ତି ବୋଲି ବିଜେପିର ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁର ଅଭିଯୋଗ କରିଛନ୍ତି । ଦୀର୍ଘ ବର୍ଷ ହେଲାଣି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀକୁ ନେଇ ଟିଟିଲାଗଡ଼ବାସୀ ଅନେକ ଥର ଆନ୍ଦୋଳନ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ଯେ, ଟିଟିଲାଗଡ଼ ଜିଲ୍ଲା ମାନ୍ୟତା ପାଇବ ହେଲେ ବର୍ତ୍ତମାନ ସୁଦ୍ଧା ପାଇ ପାରିନାହିଁ, ଯାହାକୁ ନେଇ ଏବେ ବିରୋଧୀଙ୍କ ପାଇଁ ଗର୍ଜ୍ଜନ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଟିଟିଲାଗଡ଼ ସହରର ପାନୀୟ ଜଳ ସମସ୍ୟା, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀକୁ ମରୁଡ଼ି ଘୋଷଣା, ଲାଂଥ ନଦୀ, ଉଦେଇ ନଦୀ ଏବଂ ତେଲ ନଦୀ ଠାରେ ମେଗାଲିପ୍‌ଟ ସହିତ ଚ୍ୟାକ୍‌ ଡ୍ୟାମ୍‌ ନିର୍ମାଣ, ଛନଛଡା-ପେଣ୍ଡରାମାଲ ଠାରେ ବ୍ରିଜ ନିର୍ମାଣ, ଚାଷୀଙ୍କୁ ତୁରନ୍ତ ସବସିଡି ପ୍ୟାକେଜ୍‌ ଘୋଷଣା କରିବା, ସଇଁନ୍ତଲା ଓ ତୁଷୁରା ଡାକ୍ତରଖାନାକୁ ବଡ଼ ଡ଼ାକ୍ତରଖାନାରେ ଭାବରେ ମାନ୍ୟତା ଦେବା ଭଳି ଅନେକ ଦାବୀ କରିଛନ୍ତି ବିଜେପିର ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁର । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ପୁରଣ କରିବେ ତାଙ୍କୁ ସ୍ୱାଗତ କରାଯିବ, ଯଦି ନ କଲେ ତୀବ୍ର ବିରୋଧ କରାଯିବ ବୋଲି ଶ୍ରୀ ଠାକୁର ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.