oum

ବିଶ୍ଵନାଥ ବାବାଙ୍କ ୬ତମ ବ୍ରହ୍ମଲୀନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

jsm

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଅନ୍ତର୍ଗତ ସରମୁହାଣ ଫଳସାପଡା ମହିମା ମଠରେ ବ୍ରହ୍ମ ଅବଧୂତ ବିଶ୍ଵନାଥ ବାବାଙ୍କ ୬ତମ ବ୍ରହ୍ମଲୀନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମଠାଧୀସ ବ୍ରହ୍ମ ଅବଧୂତ ଆନନ୍ଦ ଚନ୍ଦ୍ର ବାବାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମ ଅବଧୂତ କପିଳେନ୍ଦ୍ର ବାବା ଯୋଗ ଦେଇ ବିଶ୍ଵନାଥ ବାବାଙ୍କ କୃତି ତାଙ୍କର ଜନସେବା ଉପରେ ଆଲୋକପାତ କରିବା ସହିତ ମହିମା ଧର୍ମ ଉପରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଡ. ସଞ୍ଜୟ କୁମାର ମିଶ୍ର ବର୍ତ୍ତମାନ ଦେଶ ଦେଶ ମଧ୍ୟରେ ଯେଉଁ ଯୁଦ୍ଧ ହେଉଛି ଏହିପରି ସ୍ଥିତିରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ମହିମାଧର୍ମର ବହୁ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଡ. ସୁମନ୍ତ କୁମାର ପାଢ଼ୀ, ସହଦେବ ଖମାରୀ ଯୋଗ ଦେଇ ମହିମାଧର୍ମର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ମହିମାଧର୍ମ ପ୍ରଚାର ପ୍ରସାର ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଥିବା ପୀତବାସ ସାହୁଙ୍କୁ ବିଶ୍ଵନାଥ ବାବା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଭକ୍ତ ଅର୍ଜୁନ କୁମାର ସାହୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ଅଞ୍ଚଳର ବହୁ ଭକ୍ତ ସମାବେଶ ହେବା ସହ ବିଭିନ୍ନ ଖଞ୍ଜଣୀ ଦଳମାନେ ମହିମା ଭଜନ ପରିବେଷଣ କରି ଉତ୍ସବ ମୁଖରିତ କରିଥିଲେ । ବ୍ରହ୍ମ ମୁହୂର୍ତ୍ତରେ ଆନନ୍ଦଚନ୍ଦ୍ର ବାବା ଠକପଡ଼ା ଗ୍ରାମର ଅଖଣ୍ଡ ସାହୁଙ୍କୁ ମହିମାଧର୍ମରେ ଦୀକ୍ଷିତ କରାଇଥିଲେ । ଆଜି ସକାଳୁ ପୂର୍ଣ୍ଣାହୁତି ହୋଇଥିଲା ।

Leave A Reply

Your email address will not be published.