oom

ଆସନ୍ତା ୧୨ରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ମହାସମାବେଶ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ଅଫିସରେ ଚାଲିଥିବା ଅହୋରାତ୍ର ଆହୋଦିବସ ଗଣଧାରଣାକୁ ଆସନ୍ତା ୧୨ ତାରିଖରେ ୪୫ ଦିନ ପୁରିବ । ହେଲେ କେହି ଦାବି ଶୁଣିଛି ନା କୌଣସି ଜନ ପ୍ରତିନିଧି ସେହି ଜାଗାକୁ ଯାଇକି ଆନ୍ଦୋଳନକାରୀ ମାନଙ୍କ ସହ ଆଲୋଚନା କରୁଛନ୍ତି । ୪୫ ଦିନ ପୂର୍ତ୍ତି ଅବସରରେ ଆନ୍ଦୋଳନକୁ ମହା ଜନ ସମାବେଶରେ ପରିଣତ କରାଯିବ ଓ ଏହାର ଆବାଜ୍ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା । ଏହା ସହ ଗନ୍ଧମାର୍ଦ୍ଧନ ପର୍ବତ ତଥା ପ୍ରାକୃତିକ ପରିବେଶର ଏକ ସ୍ଥାୟୀ ସୁରକ୍ଷା ନିମିତ୍ତ ଏକ ସ୍ଵତନ୍ତ୍ର ବିଧେୟକ ପାରିତ କରି ଭାରତ ସରକାର ତଥା ଓଡ଼ିଶା ସରକାରଙ୍କ ଗେଜେଟ ନୋଟିଫିକେସନ ବା ଘୋଷଣା ମାଧ୍ୟମରେ ପ୍ରକାଶ କରାଯାଉ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଦାବି କରିଥିଲା ।

jittmm
Leave A Reply

Your email address will not be published.