ରାଜନେତାମାନେ ବିଧାନସଭା ପରିସରରେ ମହାରଥୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ବିଜେଡ଼ି ନେତା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ପାର୍ଥିବ ଶରୀର ବିଧାନସଭା ପରିସରରେ ପହଂଚିବା ପରେ ରାଜନେତାମାନେ ତାଙ୍କ ସ୍ମୃତିଚାରଣ କରିବା ପୂର୍ବକ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ସେ ଜଣେ ନିର୍ଭିକ ନେତା ଥିଲେ । ତାଙ୍କ ହରାଇ ଓଡ଼ିଶା ମାଟି ଜଣେ ବଳିଷ୍ଠ ନେତାଙ୍କୁ ହରାଇଲା । ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ତାଙ୍କ ପରଲୋକ ଓଡ଼ିଶା ମାଟି ପାଇଁ ବିଶେଷ କ୍ଷତି ବୋଲି କହିଥିବା ବେଳେ ଅନ୍ୟ ରାଜନେତାମାନେ ମଧ୍ୟ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.