ଗୋପପୁରକୁ ସ୍ଥାୟୀ ରାସ୍ତା ନ ଥିବାରୁ ମହାରାଜ କଂସଙ୍କ ମଞ୍ଚରେ ହାଇକୋର୍ଟ ଆଇନଜୀବୀଙ୍କୁ ପ୍ରଶ୍ନ

  • ମହାରାଜ କଂସଙ୍କ ଗୋପପୁର ପରିକ୍ରମା ଓ ବନ୍ଦୀଘରେ ଶ୍ରୀକୃଷ୍ଣ ଜନ୍ମ
  • ମୁରିବାହାଲ ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିବସ

ମଥୁରାନଗରୀ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଧନୁଯାତ୍ରା ପଡ଼ିଆଠାରେ ଚାଲିଥିବା ସପ୍ତମ ବର୍ଷ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଶନିବାର ଚତୁର୍ଥ ରଜନୀରେ ପହଞ୍ଚିଛି । ଏହି ଧନୁଯାତ୍ରା ପାଇଁ ମୁରିବାହାଲ ପାଲଟିଛି ମଥୁରା ନଗରୀ ଓ ବନବାହାଲ ଗ୍ରାମ ପାଲଟିଛି ଗୋପପୁର । ମଥୁରାନଗରୀର ବନ୍ଦୀଘରେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ମହୋତ୍ସବର ଚତୁର୍ଥ ରଜନୀରେ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତରୁଣ ପୋଡ଼ଙ୍କ ସଭାପତିତ୍ୱରେ ତଥା ବାନ୍ଦୁପଲା ସିଆର୍‌ସିସି ଲିଲୁମୋହନ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ରାଜଦରବାରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ତଥା ଆୟୋଜକ କମିଟିର ବରିଷ୍ଠ ଉପଦେଷ୍ଟା ଶ୍ରୀବତ୍ସ ବେହେରା, ମୁଖ୍ୟବକ୍ତା ରୂପେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଆଶିଷ କୁମାର ମିଶ୍ର,ସମ୍ମାନିତ ଅତିଥି ରୂପେ ମୁରିବାହାଲ ଡିଗ୍ରୀ କଲେଜ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ସମାଜସେବୀ ପୃଥ୍ୱୀରାଜ ପାତ୍ର, ସମାଜସେବୀ ଅମିତ ଅଗ୍ରୱାଲ, ହଳଦୀ ମଣ୍ଡଳ ବିଜେପି ସଭାପତି ସୁବାସ ପୋଡ଼, ଯୁବ ସ୍ଵେଚ୍ଛାସେବୀ ମକୁନ୍ଦ ବଗର୍ତ୍ତି, ପୁଡ଼ିସରା ସ୍କୁଲ ପ୍ରଧାନଶିକ୍ଷକ ସୁବାସ ପଟ୍ଟନାୟକ, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଈଶ୍ୱର ପୁଟେଲ, ମହାଦେବ ଟାହାଣୀ,ସୁରେଶ ଭୋଇ, ଇଛାପଡ଼ାର ପୂର୍ବତନ ସରପଞ୍ଚ ସାବିତ୍ରୀ ମହାନନ୍ଦ, ମାଲିଶିରା ପେକ୍ସ ସମ୍ପାଦକ ପିତାମ୍ବର ବାଗ, ସମାଜସେବୀ ଲାଲବାହାଦୁର ପୁଟେଲ ଓ ସରୋଜ କୁମାର ବାଗ ଯୋଗଦେଇଥିଲେ । ଆଇନଜୀବୀ ଶ୍ରୀ ମିଶ୍ରଙ୍କୁ କମିଟି ପକ୍ଷରୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଗୋପପୁର ପାଲଟିଥିବା ବନବାହାଲ ଗ୍ରାମକୁ ସ୍ଥାୟୀ ଭାବେ ଏକ ରାସ୍ତା ନ ଥିବାରୁ ମହାରାଜ କଂସ ମଞ୍ଚରେ ଆଇନଜୀବୀ ଶ୍ରୀ ମିଶ୍ରଙ୍କୁ ପ୍ରଶ୍ନ ପଚାରିବାରୁ ଏଥିପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର କଲେ ଏହାର ଶୀଘ୍ର ସମାଧାନ ବାହାରି ପାରିବ ବୋଲି ସେ ପ୍ରକାଶ କରିଥିଲେ । ସରସ୍ଵତୀ ଶିଶୁ ମନ୍ଦିର,ୟୁପିଏସ ଭଳି ବିଭିନ୍ନ ସ୍କୁଲର ଛାତ୍ରୀ, ସୁଦର୍ଶନ ଦୀପ ଓ ସାଥିଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କମିଟି ସଦସ୍ୟ ତଥା ରେଳ କର୍ମଚାରୀ ଦନାର୍ଦ୍ଦନ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗୋପପୁର (ବନବାହାଲ)କୁ ମହାରାଜ କଂସଙ୍କ ଆଗମନ ଓ ଗୋମତ ଋଷିଙ୍କଠାରୁ ଅଭିଶାପ ପ୍ରାପ୍ତି ନାଟ୍ୟାଭିନୟ ଗୋପପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜାକର୍ତ୍ତା ଭାବେ ଭୈରବ ମାଝୀ ଓ ପ୍ରେମ ମାଝୀ ଗୋପପୁରରେ ନନ୍ଦ,ଯଶୋଦା ଭୂମିକାରେ ଅଭିନୟ କରୁଛନ୍ତି । ଗୋପପୁରରେ ହରିଶଙ୍କର ବେହେରା, ଦିନବନ୍ଧୁ ବାଗ, ରାଜିବ କୁଅଁର, ତୁଲସିରାମ ସାହୁ, ସୁଦାମ ଭୋଇ ନାରାୟଣ ବେହେରା, କ୍ଷୀରମୋହନ ବାଗ, ତନୁ ଧରୁଆ, ଦୁଲ୍ଲଣା ଦାସ, ରୁକ୍ମଣୀ ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.