oom

ଜୟପାଳ ସିଂ ମୁଣ୍ଡାଙ୍କ ମହାପ୍ରୟାଣ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୂଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ଆଦିବାସୀ ମହାନାୟକ ରାଜନୈତିଜ୍ଞ, ଭାରତୀୟ ସମ୍ବିଧାନ ସଭା ସଦସ୍ୟ, ଶିକ୍ଷାବିତ୍‌, ଆଦିବାସୀ ମହାସଭାର ସଭାପତି, ଭାରତ ହକି ଦଳର ପ୍ରଥମ ବିଶ୍ୱକପ୍‌ ବିଜୟୀ ଅଧିନାୟକ ମାରଙ୍ଗ୍‌ ଗୋମ୍‌କେ ଜୟପାଳ ସିଂ ମୁଣ୍ଡାଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଜୟପାଳ ସିଂ ମୁଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ବକ୍ତାମାନେ ଆଦିବାସୀଙ୍କ ହକ୍‌ ଓ ଅଧିକାର ପାଇଁ ତାଙ୍କର ସଂଗ୍ରାମ ଯୁବ ପିଢିକୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ । ଖେଳରେ ଅଦ୍ଭୁତ ପାରଦର୍ଶିତା ଥାଇ ଅମାପ ମୋହ ଯୋଗୁଁ ଭାରତୀୟ ପ୍ରଶାସନିକ ସେବାକୁ ମଧ୍ୟ ପରିତ୍ୟାଗ କରିଥିଲେ । ସେ ୩ ଜାନୁଆରୀ ୧୯୦୩ରେ ଧରାବତରଣ କରି ୨୦ ମାର୍ଚ୍ଚ ୧୯୭୦ରେ ଦେହ ତ୍ୟାଗ କରିଥିଲେ । ଅନସୂୟା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭବାନିପାଟଣା କୋଷାଧିକାରୀ ପ୍ରଦିପ କୁମାର ମଲ୍ଲିକ, ମୁଖ୍ୟବକ୍ତା ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝୀ, ସମ୍ମାନୀୟ ବକ୍ତା ଅଧ୍ୟାପକ କୌତୁକ ପନ୍ଦର, ସମ୍ମାନିତ ଅତିଥି ଭାବେ ବଂଶା ଭୋଇ, ଲାଲମଣି ଧରୁଆ, ଯୁଗଲ ଧରୁଆ, କୌଶଲ୍ୟା କୁମୁରା, ମନେଜକୁମାର ପୁଟା ଯୋଗ ଦେଇଥିବା ବେଳେ ସଂପାଦକ ନୃପ ଭୋଇ ସ୍ୱାଗତ କରି ସଭା ପରିଚାଲନା କରିଥିଲେ । ଏହି ଅବସରରେ ପୌରାଞ୍ଚଳ କମିଟି ପୂର୍ନଗଠିତ ହୋଇ ଦଇତ ଧରୁଆ ସଭାପତି ଓ ଧୁବୁନୀ ଧରୁଆଙ୍କୁ ଉପସଭାପତି ଭାବରେ ମନୋନୀତ କରାଯାଇଥିଲା । ସହ କୋଷଧକ୍ଷ ହେମସାଗର ଭୋଇ ଧନ୍ୟବାଦ ଦେଇଥିବା ବେଳେ କୃଷ୍ଣଚନ୍ଦ୍ର ଧରୁଆ, ଅରୁଣ ଧରୁଆ, ରାଜେନ୍ଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.