ମାଉସୀ ମନ୍ଦିରରୁ ବହୁଡ଼ିଲେ ମହାପ୍ରଭୁ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଦେଓଗାଁ ବ୍ଲକ ବିଭିନ୍ନ ଗାଁର ମାଉସୀ ମନ୍ଦିରରୁ ତିନି ଠାକୁର ଜଗନ୍ନାଥ ମନ୍ଦିରକୁ ବାହୁଡ଼ି ଯାଇଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା ପରେ ମାଉସୀ ମନ୍ଦିରରୁ ଅପରାହ୍ନରେ ବାହାରି ବିଳମ୍ବିତ ରାତିରେ ମନ୍ଦିରରେ ପହଞ୍ଚିଥିଲେ । ଦେଓଗାଁ ବ୍ଲକ କଛାରପାଲି ସହ ଜରାସିଂହା, ଅର୍ଡା, ମୁରସିଂହ, ସାଲେପାଲି, ରତନପୁର, କୁତୁର୍ଲା, ସିଆଲବାହାଲି, ସିକୁଆଁ, କରୁଆଁଝର, ଗୌଡଗୋଠ, ବଡବାହାଲ, ରତାଖଣ୍ଡି ସହ ବିଭିନ୍ନ ଗାଁରେ ବାହୁଡ଼ା ଯାତ୍ରା ପାଳନ କରାଯାଇଥିଲା ।

Leave A Reply

Your email address will not be published.