ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାହୁପଡା ଗୋପାଲଜୀ ମନ୍ଦିର ସ୍ଥିତ ମାଉସୀ ମା’ ମନ୍ଦିରଠାରେ ନୀତି ଭକ୍ତଙ୍କୁ ନିଜର ବିଭିନ୍ନ ଅବତାରର ରୂପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲୀଳାରେ ପରିଚିତ ସାରା ସଂସାର । ସତ୍ୟରୁ ତ୍ରେତୟା ଦ୍ଵାପର ଓ କଲି ଚାରି ଯୁଗରେ ନିଜର ଭକ୍ତଙ୍କୁ ତାରଣ କରିବା ପାଇଁ ବିଭିନ୍ନ ଅବତାର ନେଇଛନ୍ତି ମହାପ୍ରଭୁ । ତେବେ ଚଳିତ ବର୍ଷ ରଥଯାତ୍ରାରେ ମାଉସୀ ମା’ ମନ୍ଦିରକୁ ୦୮ ଦିନ ପାଇଁ ମନ୍ଦିରକୁ ଯାଇ ନ ପାରୁଥିବା ଭକ୍ତଙ୍କୁ ଦର୍ଶନ ପାଇଁ ମହାପ୍ରଭୁ ରତ୍ନ ସିଂହାସନ ଛାଡ଼ି ଆସିଥିବା ବେଳେ ପ୍ରଥମ ଦିନରେ ମତ୍ସ୍ୟ ଓ କୂର୍ମ ଅବତାରରେ ଦର୍ଶନ ଦେଇଥିବା ବେଳେ ଦ୍ଵିତୀୟ ଦିନରେ ବରାହ ଓ ନୃସିଂହ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀ ହରି ଜଗନ୍ନାଥ । ତେବେ ଆଗାମୀ ଦିନରେ ମଧ୍ୟ ଅନ୍ୟାନ୍ୟ ବେଶରେ ଦର୍ଶନ ପାଇଁ ମଧ୍ୟ ମନ୍ଦିର କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି ।