ରମ୍ଭା ଥାନା ନୂତନ କୋଠା ଉଦ୍‌ଘାଟନ କଲେ ରାଜ୍ୟ ପୁଲିସ ମହାନିର୍ଦେଶକ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ପୁଲିସ ଜିଲ୍ଲାର ରମ୍ଭା ସହରରେ ରହିଥିବା ରମ୍ଭା ଥାନାର ନୂତନ କୋଠାକୁ ଗତକାଲି ଉଦ୍‌ଘାଟନ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ । ପନ୍ଦର ଦିନ ପୂର୍ବରୁ ଏକ ସ୍ପେସିଆଲ ଡ୍ରାଇଭ ଦିଆଯାଇଥିଲା ଗଞ୍ଜାମ ପୁଲିସକୁ ସେଥିରେ ସେମାନେ ଗଞ୍ଜାମ ଏସ୍‌ପିଙ୍କ ଅଣ୍ଡରରେ ରହିଥିବା ପ୍ରତ୍ୟେକ ଥାନାରେ ସମସ୍ତ ୱାରେଣ୍ଟି ମାନଙ୍କୁ ଗିରଫ କରିକୋର୍ଟ ଚାଲାଣ କରିବାରେ ସଫଳ ହୋଇଥିଲେ । ଯାହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ସମସ୍ତ ପୋଲିସ ଅଫିସରଙ୍କୁ ଧନ୍ୟବାଦ ଜଣାଇଥିଲେ ।ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁଲିସ ମହାନିର୍ଦେଶକଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ରାଜ୍ୟ ସରକାର ରମ୍ଭାରେ ଏପରି ଏକ କୋଠା ନିର୍ମାଣ କରିଥିବାରୁ ମହାନିର୍ଦେଶକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଡିଜିପିଙ୍କ ସହ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ କୋଠାରେ ଷ୍ଟାପମାନଙ୍କ ପାଇଁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା କହିଥିଲେ । ଅପରାଧ ପ୍ରବଣ ରମ୍ଭା ଥାନା ଇଲାକାରେ ନୂତନ ବ୍ୟବସ୍ଥା ଦ୍ୱାରା ଅପରାଧକୁ ରୋକା ଯାଇପାରିବ ବୋଲି କହିଥିଲେ । ସାଇବର କ୍ରାଇମକୁ ରୋକିବା ଲାଗି ଗଞ୍ଜାମ ପୁଲିସ ଜିଲ୍ଲାରେ ପୁଲିସ ଅଧିକାରୀ ମାନଙ୍କୁ ଟ୍ରେନିଂ ଦିଆଯାଉଥିବା କହିଥିଲେ । ଜନ ସଚେତନ ରହିଲେ ସାଇବର କ୍ରାଇମ ବହୁ ମାତ୍ରାରେ କମିଯିବ ବୋଲି ସାମ୍ବାଦିକଙ୍କ ଉତ୍ତରରେ ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ଭୋଇ ସୂଚନା ଦେଇଥିଲେ । ଏସ୍‌ପି ବ୍ରିଜେଶ କୁମାର ରାଏ, ଏସ୍‌ଡିପିଓ ଗୌତମ କିଷାନ ପ୍ରମୁଖଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ତତ୍ୱାବଧାନରେ, ହୁମ୍ମା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦାଶ, ରମ୍ଭା ଥାନାର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସରପଞ୍ଚ ନିରଞ୍ଜନ ରେଡି, ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ, ସୁରଥ ପ୍ରଧାନ, ସରପଞ୍ଚ ପ୍ରତିନିଧି ଅମୂଲ୍ୟ ଦଳାଇ, ସମାଜସେବୀ ଦୈତାରୀ ବେହେରା, ଭୀମସେନ ବେହେରା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.