ଜଣେ ଛାତ୍ରକୁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରି ବିଜେପି ଯୁବନେତା ଯୁଧିଷ୍ଠିର ମେହେର ଦେଖାଇଲେ ମହାନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଛାତ୍ରକୁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରିବା ସହ କିଛି ଆର୍ଥିକ ସହଯୋଗ କରିଛନ୍ତି ଯୁବନେତା ଯୁଧିଷ୍ଠିର ମେହେର । ଏଠାରେ ସୂଚନା ଯୋଗ୍ୟ ଯେ, ଯୁଧିଷ୍ଠିର ମେହେର ଭାରତୀୟ ଜନତା ପାର୍ଟିର ନୀତି ଆର୍ଦଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି । ଯୁଧିଷ୍ଠିର ହେଉଛନ୍ତି ବରଗଡ଼ ନିକଟସ୍ଥ ବରଡୋଲ ଗ୍ରାମର । ବର୍ତ୍ତମାନ ସେ ବିଜେପି ଯୁବ ମୋର୍ଚ୍ଚାର ବରଗଡ଼ ଜିଲ୍ଲା ଉପସଭାପତି ଅଛନ୍ତି । ଗୋଟିଏ ରାଜନୈତିକ ଦଳରେ ସକ୍ରିୟ ଭାବେ ଥିଲେ ମଧ୍ୟ ବିଭିନ୍ନ ସେବା କାର୍ଯ୍ୟକ୍ରମରେ ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି ସେଠାରେ ଅଂଶଗ୍ରହଣ କରିଥାନ୍ତି । ଯୁଧିଷ୍ଠିର ମେହେର ନିଜେ ଗୋଟିଏ ବୁଣାକାର ପରିବାରର ହୋଇଥିବାରୁ ବୁଣାକାରମାନଙ୍କ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିଥାନ୍ତି । ଅଞ୍ଚଳବାସୀଙ୍କ କହିବା ଅନୁସାରେ ସେ ଜଣେ ପରୋପକାରୀ ମଣିଷ ବିଭିନ୍ନ ସମୟରେ ରକ୍ତଦାନ କରି ତାଙ୍କର ମହାନତାର ପରିଚୟ ଦେଇଛନ୍ତି । ଏହି ନିକଟରେ ଗାଇସିଲେଟ ଅଞ୍ଚଳର ଜଣେ ସମାଜସେବୀ ତଥା ଯୁବ ସାମ୍ବାଦିକ ମୁକେଶ କୁମାର ସାହୁଙ୍କ ଜରିଆରେ ଗ୍ରାମର ଗୋଟିଏ ଗରିବ ପରିବାର ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଉକ୍ତ ପରିବାରର ଜଣେ ଛାତ୍ରକୁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରିବା ସହ କିଛି ଆର୍ଥିକ ସହଯୋଗ କରିଛନ୍ତି ଯୁବନେତା ଯୁଧିଷ୍ଠିର ମେହେର । ଭବିଷ୍ୟତରେ ମଧ୍ୟ ନିଜର ସାମର୍ଥ୍ୟ ଅନୁସାରେ ସହଯୋଗ କରିବେ ବୋଲି କହିଛନ୍ତି ଯୁଧିଷ୍ଠିର । ଏପରି ବ୍ୟକ୍ତି ରାଜନୀତିରେ ଯୋଗଦେଲେ ଗରିବ ଶ୍ରେଣୀର ଲୋକଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହିତ ଯୁଧିଷ୍ଠିରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.

error: Content is protected !!