jayashree

ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ‘ମହାନଦୀ ସତ୍ୟାଗ୍ରହ’

ଝାରସୁଗୁଡା : ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ଝାରସୁଗୁଡା ଜିଲ୍ଲା ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ କରାଯାଉଛି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, କଲମାଠାରେ ବ୍ୟାରେଜ କରି ଛତିଶଗଡ଼ ମହାନଦୀ ପାଣି ରୋକିବା ପରେ ଅଣ ମୌସୁମୀ ସମୟରେ ଓଡିଶାରେ ମହାନଦୀ ଶୁଖିଲା ରହୁଛି । ଫଳରେ ଓଡିଶାରେ ହଜାର ହଜାର ଚାଷୀ, ମତ୍ସ୍ୟଜୀବଷ ଓ ନଦୀକୂଳିଆ ଲୋକେ ନିଜର ଜୀବିକା ହରାଇଛନ୍ତି । ଛତିଶଗଡ଼ ବେଆଇନ ଭାବରେ ମହାନଦୀ ଜଳକୁ ରୋକିଥିବାରୁ ମହାନଦୀ ଧୀରେ ଧୀରେ ମୃତ୍ୟୁ ମୁଖକୁ ଠେଲି ହେଉଛି । ତେଣୁ ଛତିଶଗଡ ସରକାର ଅଣମୌସୁମୀ ସମୟରେ ଓଡିଶାକୁ ନିସ୍ଵାର୍ଥ ପାଣି ଛାଡିବା, ମହାନଦୀକୁ ଅପମୃତ୍ୟୁର ରକ୍ଷା କରିବା ଆଦି ଦାବୀରେ ଏହି ଆନ୍ଦୋଳନ କରାଯାଉଛି । ଆଜିର ଏହି ଆନ୍ଦୋଳନରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନର ସଂଯୋଜକ ସୁଦର୍ଶନ ଦାସ, ଆବାହକ ବିଜୟ ପ୍ରଧାନ, ଝାରସୁଗୁଡା ଜିଲ୍ଲାର ଜନ ପ୍ରତିନିଧି, ସମାଜସେବୀ ଓ ଜନ ସାଧାରଣ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.