centurian jitm

ମହାନ ଦାର୍ଶନିକ କାର୍ଲ ମାର୍କସଙ୍କ ୨୦୮ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵର ମହାନ୍ ଦାର୍ଶନିକ, ବୈଜ୍ଞାନିକ ସମାଜବାଦର ସ୍ରଷ୍ଟା କାର୍ଲ ମାର୍କସଙ୍କ ୨୦୮ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ସ୍ଥାନୀୟ ଏ କେ ଜି ଭବନ ଶକ୍ତିନଗର,ସି ପି ଆଇ ଏମ୍ ଜିଲ୍ଲା କାର୍ଯ୍ୟାଳୟ ଠାରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ରାଉରକେଲା ଆଂଚଳିକ ସଂପାଦକ ମଣ୍ଡଳୀ ସଦସ୍ୟ ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ପ୍ରଦୀପ ସେଠୀ, ପ୍ରମୋଦ ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ କାର୍ଲ ମାର୍କସ ବିଶ୍ଵର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିକୁ ବ୍ୟାଖ୍ୟା କରି ଗୋଟିଏ ବାକ୍ୟରେ ସେ କହିଥିଲେ “ଏ ପର୍ଯ୍ୟନ୍ତ ଧରାପୃଷ୍ଟରେ ତିଷ୍ଠି ରହିଥିବା ମାନବ ସମାଜର ଇତିହାସ ହେଉଛି ଶ୍ରେଣୀ ସଂଗ୍ରାମର ଇତିହାସ । ମାର୍କସ କହିଥିଲେ ଶ୍ରମିକ ଉତ୍ପାଦନ କରୁଥିବା ପଣ୍ୟ ପାଇଁ ପୁଂଜିପତି ଶ୍ରେଣୀ ବା ମାଲିକ ଶ୍ରମର ଉପଯୁକ୍ତ ମୂଲ୍ୟ ନ ଦେଇ ଶ୍ରମିକର ଶ୍ରମକୁ ନିର୍ମମ ଭାବରେ ଶୋଷଣ କରି ଉଦବୃତ୍ତ ମୂଲ୍ୟ ଜରିଆରେ ମୁନାଫାର ଇମାରତ ଠିଆ କରିଛନ୍ତି । ଶ୍ରମିକକୁ ଶୋଷଣ ବ୍ୟତିରକେ ପୁଂଜିପତିର ମୁନାଫା ବୃଦ୍ଧି ଅସମ୍ଭବ । ଆମେ ଆଜି ପୁଂଜିପତି ଶ୍ରେଣୀ ପାଖରେ ମୁନାଫାର ପାହାଡ଼ ଦେଖୁଛନ୍ତି, ତାହା କୋଟି କୋଟି ଶ୍ରମିକଙ୍କର ଝାଳ ଓ ରକ୍ତକୁ ଶୋଷଣ କରି ଅର୍ଜନ କରାଯାଇଛି । ମାର୍କସଙ୍କ ମହାନ୍ କୃତି ମାର୍କସବାଦ ହଁ ସର୍ବଶ୍ରେଷ୍ଠ ଦର୍ଶନ ଏବଂ ଏବଂ ମାର୍କସବାଦୀ ଅର୍ଥନୀତି ହଁ ବିଶ୍ଵର ଶ୍ରେଷ୍ଠ ଅର୍ଥନୀତି । ପୁଂଜିବାଦି ସମାଜରେ ଚାଲିଥିବା, ଶୋଷଣ,କଷଣ, ଦମନ ଏବଂ ନିର୍ୟାତନାରୁ ମୁକ୍ତି ପାଇଁ ସମାଜବାଦ ହଁ ଶ୍ରେଷ୍ଠ ସାମାଜିକ ବ୍ୟବସ୍ଥା ବୋଲି ବକ୍ତା ମାନେ କହିଥିଲେ । କାର୍ଲ ମାର୍କସ ଆଜିର ଦିନରେ ମେ ୫ ତାରିଖ ୧୮୧୮ ରେ ଜର୍ମାନରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ ଥିଲା । ତାଙ୍କର ଲିଖିତ ଦାସ୍ କ୍ୟାପିଟାଲ ଓ କମ୍ୟୁନିଷ୍ଟ ଇସ୍ତାହାର ଆଜି ସମଗ୍ର ବିଶ୍ଵରେ ଅର୍ଥନୀତି ପାଇଁ ବିଶେଷ ଭାବରେ ଗ୍ରହଣୀୟ ହୋଇପାରିଛି ବୋଲି କହିଥିଲେ ।

Leave A Reply

Your email address will not be published.