om academy

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପରିବାର ମହାମିଳନ ୨୦୨୩

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ବର୍ଷର ଅବସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ସମସ୍ତ ପରିବାରବର୍ଗକୁ ନେଇ ଖୁଜେନପାଲି ସ୍ଥିତ ବିକ୍ରମ ବହିଦାରଙ୍କ ଫାର୍ମ ହାଉସରେ ଏକ ମହାମିଳନର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରଅଧ୍ୟକ୍ଷା ଲିକା ସାହୁ ପରିବାର ସହିତ ଯୋଗଦାନ କରି ବରିଷ୍ଠ ନାଗରିକମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଉକ୍ତ ସମାରୋହରେ କବିତା ପାଠ, ନାଚଗୀତ ଓ ଭଜନ ଆଦି ବରିଷ୍ଠ ନାଗରିକମାନେ ପରିବେଷଣ କରିଥିଲେ । ଆନନ୍ଦ ଉଲ୍ଲାସରେ ସମସ୍ତ ସଭ୍ୟ ଉପଭୋଗ କରି ପ୍ରତି ବର୍ଷ ଏପରି ଭାବରେ ନୂତନ ବର୍ଷ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଉକ୍ତ ସମରୋହ ସଭାରେ ସୁବାଷ ଚନ୍ଦ୍ର ପଣ୍ଡା ଉପଦେଷ୍ଟା, ଶିବ ଶଙ୍କର ଖୁଆସ ଉପସଭାପତି, ବସନ୍ତ ଆଚାର୍ଯ୍ୟ ସଂପାଦକ, ପ୍ରତାପ ରଥ ଏବଂ ଶ୍ରୀମତୀ ଜ୍ୟୋସ୍ନା ଉପସଭାପତି ସମାରୋହ ପରିଚାଳନା କରିବାରେ ସହଯୋଗ କରିଥିଲେ । ପଶ୍ଚିମ ଓଡିଶା ମହାସଂଘର ନିର୍ଦ୍ଦେଶ କ୍ରମେ ଏକ ମହିଳା ମଂଚ ଗଠନ କରାଯାଇଅଛି । ଏଥିରେ ମହିଳାମାନେ ସକ୍ରିୟ ଭାବରେ ବରିଷ୍ଠ ମହିଳାମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବେ । ଶେଷରେ ଉପସଭାପତି ଶ୍ରୀ ରଥ ନିଜର ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.