ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା କ୍ରୀଡା ସଂଘ ସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅତିଥିମାନଙ୍କୁ ଭବ୍ୟ ସ୍ଵାଗତ କରଯାଇଥିଲା । ପ୍ରଥମେ ସକାଳ ୭.୩୦ ରେ ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଜିଲ୍ଲା କ୍ରୀଡ଼ା ସଙ୍ଘ ଓ ଖେଳାଳୀଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ଗାନ୍ଧୀ ପଡିଆକୁ ପହଞ୍ଚିବା ପରେ ଏହାକୁ ଅତିଥିମାନେ ଉଦଘାଟନ କରିଥିଲେ । ମା’ ସୁରେଶ୍ଵରୀଙ୍କ ଫଟୋ ଚିତ୍ରରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ, ପୁଷ୍ପମାଲ୍ୟ ଅର୍ପଣ ପରେ ପତାକା ଉତ୍ତୋଳନ ସହ ଏହାକୁ ଉଦଘାଟନ କରାଯାଇଥିଲା । ଏହି ବାର୍ଷିକ କ୍ରୀଡା ଉତ୍ସବ ୧୩ ଓ ୧୪ ତାରିଖ ଦୁଇ ଦିନ ବ୍ୟାପୀ ହେବାକୁ ଥିବାବେଳେ ଏଥିରେ ବାଳକ ଓ ପୁରୁଷ ଖେଳାଳି ୪୪୯ ଜଣ, ବାଳିକା ଓ ମହିଳା ଖେଳାଳି ୩୦୪ ଜଣ ଅଂଶଗ୍ରହଣ କରିବା ସହ ସର୍ବମୋଟ ୭୬୫ ଜଣ ଖେଳାଳି ଏହି ବାର୍ଷିକ କ୍ରୀଡାରେ ନାମ ପଞ୍ଜୀକରଣ କରିଛନ୍ତି । ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପୀୟୁଷ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କ୍ରୀଡା ମହକୁମ୍ଭରେ ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ଉପଧ୍ୟକ୍ଷା ମଲ୍ଲିକା ଦାନୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, କଇରୁ ସ୍ୱାଇଁ, ଭୁକୁଲୁ ବକ୍ସି, ଗଣେଶ ରାମ ମେହେର, ସଂଘର ଉପ-ସଭାପତି ଚିତ୍ତରଞ୍ଜନ ତରାସିଆ, ସହ-ସମ୍ପାଦକ ନନ୍ଦ କିଶୋର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ଦିଗାମ୍ବର ଶତପଥୀ, ଦିଲ୍ଲୀପ ଗୁରୁ, ବି.ସତ୍ୟ ନାରାୟଣ ରାଓ, କମଳାକାନ୍ତ ସାହୁ, କ୍ରୀଡ଼ା ସଂଘ କୋଷାଧ୍ୟକ୍ଷ ସୁବାଷ ବିଶ୍ୱାଳ, କୋଚ କଲିମ୍ ମହମ୍ମଦ, ସଦସ୍ୟ ମନୋରଞ୍ଜନ ତ୍ରିପାଠୀ, ସୁଦର୍ଶନ ପଣ୍ଡା, ବିକାଶ ପଣ୍ଡା, କମଳାକାନ୍ତ ସାହୁ, ସଦା ସାହୁ, ଅନିଲ ସାହୁ, ହୃଷୀକେଶ ପଣ୍ଡା, ଜୟ ନାରାୟଣ ପାଢ଼ୀ, ବୀର ପ୍ରତାପ ଦାଶ, ରାଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।