ommm
jittmm

ଜୁନ ୨ରେ ଶହୀଦ ଭବନରେ ମଞ୍ଚସ୍ଥ ହେବ ନାଟକ “ମହାକବି କାଳିଦାସ”

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆସନ୍ତା ଜୁନ ମାସ ୨ ତାରିଖ ଦିନ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ରାଉରକେଲାର ପ୍ରତିଷ୍ଠିତ ନାଟ୍ୟସଂସ୍ଥା ସମ୍ପର୍କ ପରିବେଷଣ କରିବେ ନାଟକ “ମହାକବି କାଳିଦାସ” । ନାଟ୍ୟକାର ହରିଶ୍ଚନ୍ଦ୍ର ବେହେରାଙ୍କ ରଚିତ ନାଟକଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର । ବିଗତ କିଛି ମାସ ଧରି ବାରିପଦାର ବିଭିନ୍ନ ନାଟ୍ୟସଂସ୍ଥା ଶହୀଦ ଭବନରେ ନାଟକ ମଞ୍ଚସ୍ଥ କରି ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ସେହି ଧାରାରେ ନାଟକ ଦେଖିବା ସହ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକଙ୍କ ଭିଡ଼ ଜମିବ ବୋଲି ରୁପାନ୍ତରର ପ୍ରତିଷ୍ଠାତା ଅଭିନେତା ନିର୍ଦ୍ଦେଶକ ପରେଶ ଚନ୍ଦ୍ର ସାହୁ ଆଶାପୋଷଣ କରିଛନ୍ତି । ଭୁବନେଶ୍ୱରର ନାଟ୍ୟସଂସ୍ଥା ଅଭିନନ୍ଦନ ଓ ବାରିପଦାର ରୂପାନ୍ତର ନାଟ୍ୟସଂସ୍ଥାର ମିଳିତ ସହଯୋଗରେ ନାଟକଟି ଉକ୍ତଦିନ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବ ବୋଲି ସଂସ୍ଥାର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ଜଣାଇଛନ୍ତି ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ରହି ନାଟକଟିକୁ ଉପଭୋଗ କରିବାକୁ ରୂପାନ୍ତରର ଉପଧ୍ୟକ୍ଷା ଡକ୍ଟର ଦମୟନ୍ତୀ ବେଶ୍ରା ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.