jayashree

ରାଜ୍ୟସ୍ତରୀୟ ମହକ ଉତ୍ସବରେ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ କସ୍ତୁରବା ମାତୃ ନିକେତନର ଛାତ୍ରୀ ଲିପି ଦାସ ପାଇକମାଲ ଯମୁନା କନ୍ଧୁନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ରାଜ୍ୟସ୍ତରୀୟ “ମହକ ଉତ୍ସବ”ରେ ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ଆସୁଛି । ପାଇକମାଳ ବ୍ଲକ ଲଖମରା ସିଆରସିସି ବ୍ୟଷ୍ଟବ ପଣ୍ଡାଙ୍କ ନେତୃତ୍ୱରେ ସିଆରସିସି ମହେନ୍ଦ୍ର ସେଠ, ଶିକ୍ଷକ ପ୍ରତିନିଧି ନିରାକାର ପ୍ରଧାନ, ରାକେଶ ଚାନ୍ଦ ବିଦ୍ୟାଳୟକୁ ଆସି ପ୍ରାର୍ଥନା ସଭାରେ ଲିପି ଦାସଙ୍କୁ ପୁଷ୍ପଗୁଚ୍ଛ ଶହ ଉପହାର ଦେଇ ସମ୍ବୋଧିତ କରିଥିଲେ । ଶିକ୍ଷକ ନିରାକାର ପ୍ରଧାନ ଛାତ୍ରୀମାନଙ୍କୁ ଉଦବୋଦ୍ଧନ ଦେଇ କହିଥିଲେ । ମା’ବାପା, ଜ୍ଞାତି କୁଟୁମ୍ବଙ୍କୁ ଛାଡି ମାତୃ ନିକେତନରେ ରହି ପାଠପଢ଼ୁ ଥିବା “ଲିପି” ରାଜ୍ୟସ୍ତରରେ ପ୍ରଥମ ହୋଇପାରିଛନ୍ତି । ତେଣୁ ଲିପି ହେଉଛନ୍ତି ଆମ ପାଇଁ ପ୍ରେରଣା । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ସି.ଆର.ସି.ସି. ଶିକ୍ଷକ ପ୍ରତିନିଧିମାନଙ୍କ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏପରି ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ସହିତ ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.