centurian jitm

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଉଦଯାପିତ : ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ୧୮ ଜଣ ଶିଶୁ ମନୋନୀତ

nschool

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଗୃହରେ ଥିବା ଶିଶୁ ମାନଙ୍କ ଅର୍ନ୍ତନିହିତ କଳା ଓ ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ମାଲ୍ୟ ବନ୍ତ ଛାତ୍ରବାସ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ମହକ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କିଶୋର ନ୍ୟାୟ ବୋର୍ଡର ଅଧ୍ୟକ୍ଷ ଜଷ୍ଟିସ ଅରୁପ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଏସଡିପିଓ ଶୁଭେନ୍ଦୁ ପାତ୍ର, ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, ଡିଏସ୍‌ପି ସତ୍ୟବିକାଶ ଭୂୟାଁ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଜିଲ୍ଲା ସମାଜ ମଙ୍ଗଳ ପ୍ରୋଗ୍ରାମ ଅଧିକାରୀ ଇନ୍ଦିରା ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ତିନୋଟି ଶିଶୁ ଯତ୍ନଗୃହରୁ ୧୫୦ ଜଣ ଶିଶୁ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଜିଲ୍ଲା ସ୍ତରରେ କୃତିତ୍ୱ ହାସଲ କରିଥିବା ୧୮ ଜଣ ଶିଶୁ ଭୁବନେଶ୍ୱରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଶିଶୁ ସୁରକ୍ଷା ବିଭାଗର ଶିଶୁ ଯତ୍ନ ଅନୁଷ୍ଠାନିକ ଅଧିକାରୀ ସୁଦେସ୍ନା ରାଉତ, ଲିଗାଲ ଅଫିସର ସତ୍ୟଜିତ ପଣ୍ଡା, ମୌସୁମୀ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!