centurian jitm

ନବ ଦିନାତ୍ମକ ଭାଗପତ ପାରାୟଣ ମହାଯଜ୍ଞ ଆୟୋଜିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପାଣିଗାଁ ଠାରେ ଶ୍ରୀମଦ୍ ଭାଗବତ ମହାପୁରାଣ ମହାଯଜ୍ଞ ସମିତି ଦ୍ୱାରା ଆୟୋଜିତ ଶ୍ରୀମଦ୍ ଭାଗବତ ପାରାୟଣ ମହାଯଜ୍ଞ ମହା ସମାରୋହରେ ଶ୍ରଦ୍ଧାର ସହ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମହାଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ମହାପୁରାଣ ଶ୍ରବଣ ସହିତ ଦିବ୍ୟପ୍ରବଚନରେ ସାମିଲ ହୋଇ ନିଜର ପବିତ୍ର ମୁହୂର୍ତ୍ତକୁ ଭକ୍ତିମୟ କରିଥିଲେ । ରାଷ୍ଟ୍ରୀୟ ନବବର୍ଷ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାରୁ ଭବ୍ୟ କଳସ ଯାତ୍ରା ସହିତ ଆରମ୍ଭ ହୋଇ ଚୈତ୍ର ଶୁକ୍ଳ ରାମ ନବମୀରେ ପୂର୍ଣ୍ଣାହୁତି କରାଯିବ । ଯଜ୍ଞକର୍ମରେ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ପୂଜକ ଦାୟିତ୍ଵ ସମ୍ପାଦନ କରିଥିବା ବେଳେ ସରଣଦ ମହାରାଜ ଓ ପ୍ରଭାତ କୁମାର ତ୍ରିପାଠୀ ମହାପୁରାଣ ଗାନକୁ ସଙ୍ଗୀତ ମୁଖର କରିଥିଲେ । ପ୍ରଦୀପ୍ତ କୁମାର ତ୍ରିପାଠୀଙ୍କ ଭକ୍ତିମୟ ପ୍ରବଚନ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅମୃତମୟ ପରିବେଶ ସୃଷ୍ଟି କରିଥିଲା । ଯଜମାନ ଭାବରେ ଉଦ୍ୟୋକ୍ତା ତଥା କର୍ତ୍ତା ଭାବରେ ଭାରତ ଭୂଷଣ ମୁଣ୍ଡ ଓ ସହଧର୍ମିଣୀ ମିତଞ୍ଜଳି ମୁଣ୍ଡ ସଂକଳ୍ପ ଗ୍ରହଣ କରିଥିଲେ । ପ୍ରତ୍ୟେହ ସୂର୍ୟ୍ୟ ପୂଜା, ଗୋପୁଜା ମଧ୍ୟ ଆୟୋଜନ କରାଯାଉଥିଲା । ଆଦିତ୍ୟ କୁମାର ମୁଣ୍ଡ ଜୀବନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ମହେନ୍ଦ୍ର କୁମାର, ଶ୍ରୀମତୀ ସବିତା ପାଢ଼ୀ, ମନୋରଞ୍ଜନ ଯୋଷୀ, ନିଲୋତ୍ପଲା ପ୍ରମୁଖ ସଙ୍ଗୀତରେ ସହଯୋଗ କରିଥିଲେ ।

Leave A Reply

Your email address will not be published.