ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁପାଲୀ ମିଶ୍ର ଖଟାଲ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର କମିଟି ତରଫରୁ ୧୧ତମ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆସନ୍ତା ଡ଼ିସେମ୍ବର ମାସ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏଥିପାଇଁ ଯଜ୍ଞସ୍ଥଳରେ ଶୁଭ ଖୁଣ୍ଟ ସ୍ଥାପନା କରାଯାଇଛି । ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶୁଭ କଳସ ସହ ଶୁଭଖୁଣ୍ଟ ପୂଜାର୍ଚ୍ଚନା କରିଥିଲେ । ବିଶ୍ୱରେ ସନାତନ ଧର୍ମ ଓ ମାନବ କଲ୍ୟାଣ ଏବଂ ଆଧ୍ୟାତ୍ମିକ ଚେତନାର ଜାଗୃତି କରଣ, ଦୈବୀ ଦୁର୍ବିପାକ, ଭୂକମ୍ପ, ବାତ୍ୟା, ବନ୍ୟା ତଥା ଧର୍ମର ସଂସ୍ଥାପନ ଓ ଅଧର୍ମର ବିନାଶ ପାଇଁ ଏହି ତ୍ରୟଦିନାତ୍ମକ ମହାଯଜ୍ଞ ଆୟୋଜନ କରାଯାଉଛି ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ବୈଦିକ ବ୍ରାହ୍ମଣଙ୍କ ତତ୍ତ୍ଵାବଧାନରେ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ପ୍ରଚାରକ ଭାବେ ବେଦ ବିଭୁଷଣ ଜ୍ୟୋତିର୍ବିଦ ଡ଼. ପଣ୍ଡିତ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଯୋଗଦେବେ ବୋଲି ଜଣାପଡିଛି । ଆଜିର ଏହି ଶୁଭ କଳସ ସ୍ଥାପନ କାର୍ଯ୍ୟକ୍ରମରେ ଉପେନ୍ଦ୍ର କୁମାର ନାୟକ, ଗଣେଶ ଜୟସିଂହ, ପ୍ରଫୁଲ୍ଲ ଦାଶ, ରମେଶ ରାୟ, ଲିଲିମା ଜୟସିଂହ, ବିନୟ ଚୌଧୁରୀ, ନାରାୟଣ ସିଂ, ରୁକସନା ବେଗମ, ପ୍ରମୋଦିନୀ ଦାଶ, ରୀତା ମହାପାତ୍ର, ଉମା ରାୟ, ଜାନକୀ ଦେବୀ, ଇନ୍ଦ୍ର ବଟରାମ, ସହଦେବ ଜୟସିଂହ, ସଞ୍ଜୟ ପରମାଣିକ, ଅନୁପ ଜେନା, ଧୀରେନ୍ଦ୍ର ଓଝା, ଅମୂଲ୍ୟ ରାଉତ, ରଜନୀ ମାର୍ଥା, ଲକ୍ଷ୍ମୀପ୍ରିୟା ସାମନ୍ତରାୟ, ଭାଗ୍ୟସ୍ମିତା ଜୟସିଂହ, ଅଶୋକ ଜୟସିଂହ, ସଚିନ ମିଶ୍ର, ସୁରେଶ ମହାନ୍ତି, ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Next Post