ଫାଲଗୁନ ମାସରେ ହେବ ୧୦୦୮ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ଫାଲ୍ଗୁନ କୃଷ୍ଣପକ୍ଷ ଦ୍ଵିତୀୟା ଠାରୁ ଦଶମୀ ତା- ୨/୨/୨୦୨୬ ଠାରୁ ୧୦/୨/୨୦୨୬ ପର୍ଯ୍ୟନ୍ତ, ଦିଗଶିରା ସ୍ଥିତ ଡାହୁକବୁଡ଼-ତମାମୁରାର ସଙ୍ଗମ ସ୍ଥଳରେ ଅବସ୍ଥିତ ଶ୍ରୀ ବୁଦ୍ଧରାମ ସିଦ୍ଧାଶ୍ରମ ଆନୁକୂଲ୍ୟରେ ଚିତ୍ରକୋଟର ସମ୍ମାନୀୟ ସାଧୁ ମହାରାଜ ଶ୍ରୀ ତ୍ରିବେଣୀ ମହାରାଜଙ୍କ ପ୍ରଚେଷ୍ଟାରେ ୧୦୦୮ କୁଣ୍ଡୀୟ ଶ୍ରୀ ଶ୍ରୀ ଶ୍ରୀରାମ ବିଶ୍ଵଶାନ୍ତି ମହାଯଜ୍ଞ ଆଞ୍ଚଳିକ ଆୟୋଜକ କର୍ମକର୍ତ୍ତାଙ୍କ ପ୍ରୟାସରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉପଲକ୍ଷେ, ଆଜି ପବିତ୍ର ପୌଷମାସ ତୃତୀୟା ତିଥିରେ ପୁରାଣ ପ୍ରସିଦ୍ଧ ଚିତ୍ରକୋଟ ସ୍ଥିତ ତାଟିଘାଟ ଆଶ୍ରମର ସମ୍ମାନୀୟ ସାଧୁ ମହାରାଜ ଶ୍ରୀ ଶ୍ରୀ ଶ୍ରୀ ତ୍ରିବେଣୀ ମହାରାଜଜୀଙ୍କ ପଦ ଧୌତ କରି ଆବାହନ କରାଯାଇଛି । ମହାରାଜଙ୍କୁ ଆବାହନ କରିବା ପାଇଁ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା କୀର୍ତ୍ତନ ସେଠି, ପୟଧର ସାହୁ, ଗୋପାଳ ଚନ୍ଦ୍ର ସେଠି, ରାଜିନ ବାଗ ଓ ରୋହିତ ସେଠି ଯାଇଥିଲେ ।

Leave A Reply

Your email address will not be published.