jayashree

୫ ଦିନିଆ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପନ୍ନ

  • ଯୋଗଦେଲେ ସହସ୍ରାଧିକ ଶ୍ରଦ୍ଧାଳୁ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୮ରେ ଥିବା ବିଶ୍ୱଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ ତରଫରୁ ୫ ଦିନିଆ ବିଭୁ ବିଭୁତି ବିଶ୍ଵଶାନ୍ତି ମହାଯଜ୍ଞ ସେକ୍ଟର -୭ ସ୍ଥିତ ତେନ୍ତୁଳି ଗଛ ପଡ଼ିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଠାକୁର ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ, ଅଚ୍ୟୁତ ଗୁପ୍ତ ବ୍ରହ୍ମସଂଘ ଓ ମାହାଙ୍ଗାର କ୍ଷିତିଜ୍ୟୋତି ଆଶ୍ରମ ସ୍ୱର୍ଣ୍ଣକ୍ଷେତ୍ରର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତ ୧୧ ତାରିଖ ଦିନ ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଓ ଶ୍ରୀକଳସ ଶୋଭାଯାତ୍ରା, ୧୨ ତାରିଖ ଦିନ ବିଭିନ୍ନ ପୂଜନ ସହ ଅଖଣ୍ଡ ନାମଯଜ୍ଞ ଓ ସନ୍ଧ୍ୟାରେ ସତସଙ୍ଗ ମହୋତ୍ସବ, ସ୍ମରଣିକା ଉନ୍ମୋଚନ, ପଠନ ଓ ପୁରୀର ପ୍ରବଚକ ସତ୍ୟ ଚୈତନ୍ୟ ଦାସଙ୍କ ଦିବ୍ୟ ପ୍ରବଚନ, ୧୩ ତାରିଖ ଦିନରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାତଃ ମଙ୍ଗଳ ଆଳତି ସହ ବିଭିନ୍ନ ପୂଜାର୍ଚ୍ଚନା ଓ ୧୩ ତାରିଖ ଦିନ ଭୁବନେଶ୍ଵରର କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ଓ ଜଗତସିଂହପୁରରୁ ପ୍ରବଚକ ଦିବାକର ଦାସ ମହାରାଜଙ୍କ ଦିବ୍ୟ ପ୍ରବଚନ, ୧୪ ତାରିଖ ଦିନ ଢେଙ୍କାନାଳର ମାଳିକା ବିଶେଷଜ୍ଞ ଭକ୍ତି ବିନୋଦ ବିପିନ ବିହାରୀ ସାମଲ ଓ ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟି ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ୧୫ ତାରିଖ ଦିନ ବିଭିନ୍ନ ପୂଜା ସହ ଯଜ୍ଞ ପୂର୍ଣ୍ଣାହୁତି, ଶାନ୍ତି ପାଠ ସହ କାର୍ଯ୍ୟକ୍ରମର ସମାପ୍ତି କରାଯାଇଥିଲା । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ବିଶେଷ ଆକର୍ଷଣରେ କୈବଲ୍ୟ ମଣ୍ଡପ, ଯେଉଁଠାରେ ବିଶ୍ୱର ସମସ୍ତ ଧର୍ମର ଗୁରୁଙ୍କୁ ପୂଜା କରାଯାଇଥିଲା ଓ ଶେଷଦିନ ଅଷ୍ଟଧାତୁରେ ତିଆରି ହସ୍ତୀ ଦ୍ୱାରା ପୂର୍ଣ୍ଣାହୁତି ଓ ଅଖଣ୍ଡ ନାମଯଜ୍ଞ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମହାଯଜ୍ଞରେ ମିତାରାଣୀ ତରାଇ ଓ ବ୍ରଜବନ୍ଧୁ ତରାଇ କର୍ତ୍ତା ଭାବେ ଦାୟିତ୍ୱ ସମ୍ପନ୍ନ କରିଥିଲେ । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରବଚନ ଶୁଣିବା ସହ ପ୍ରସାଦ ସେବନରେ ମିଳିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରମୋଦ ବେହେରା, ଶଶଧର ମହାନ୍ତି, ବିପିନ ପଟ୍ଟନାୟକ, ମନୋରଞ୍ଜନ, ଉପସଭାପତି ବାଇଧର ପ୍ରଧାନ, ସମ୍ପାଦକ ରଜତ ମହାପାତ୍ର, ତିଳକ ଚନ୍ଦ୍ର ପ୍ରଧାନ, ରମାକାନ୍ତ ସାମଲ, ସିଦ୍ଧାନ୍ତ ଚନ୍ଦ୍ର ଦାସ, ପ୍ରଭାତ ମଲ୍ଲିକ, ରାଜେନ୍ଦ୍ର ନାରାୟଣ ମଲ୍ଲିକ, ମଙ୍ଗଳେଶ୍ୱର ପରିଡା, ମୀନାରାଣୀ ତରାଇ, ସ୍ନିଗ୍ଧା ମହାପାତ୍ର, ଭରତ ଦାସ, ଶ୍ରେୟାଂଶି ଦାସ, ଅଜୟ କୁମାର, ଅମିତ କୁମାର, କବିରାଜ ନାୟକ, ଅନ୍ତର୍ଯ୍ୟାମୀ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.