jayashree

ପାଟଣାଗଡ ସେବା ସମବାୟ ସମିତିରେ ମହାଦୁର୍ନୀତି : କାରସାଦି କରି ଧାନ ବିକ୍ରି ନାଁରେ ଲକ୍ଷାଧିକ ଟଙ୍କା ହଡପ, କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ମାମଲା

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଭିନ୍ନ ସେବା ସମବାୟ ସମିତିଗୁଡ଼ିକରେ ଧାନ ବିକ୍ରି ନାଁରେ ମହାଦୁର୍ନୀତି କାରସାଦି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୨୦୧୯/୨୦, ୨୦୨୦/୨୧ରେ ଖରିଫ ଧାନ ବିକ୍ରି ପାଇଁ କେତେକ ସେବା ସମବାୟ ସମିତିରେ ଅନିୟମିତତା ହୋଇଥିବା ‌ଦେଖିବାକୁ ମିଳିଥିବା ସୂଚନା ମୁତାବକ ଅଭିଯୋଗ ହୋଇଛି । ଅଭିଯୋଗର ସୂଚନା ଅନୁସାରେ ଧାନ ଚାଷ ନକରି କାଗଜ ପତ୍ର ଚାଷ କରାଯାଇଥିବା ଦର୍ଶାଯାଇ ଧାନ ବିକ୍ରି କରି ସରକାରୀ ଟଙ୍କା ହରିଲୁଟ କରାଯାଇଥିବା ଓ ଏଥିରେ ଜିଲ୍ଲା ଯୋଗାଣ ଅଧିକାରୀ, ସ୍ଥାନୀୟ ତହସିଲ କାର୍ଯ୍ୟାଳୟର କର୍ମଚାରୀ, ସେବା ସମବାୟ ସମିତିର ସମ୍ପାଦକ ସମ୍ପୃକ୍ତ ଓ ଜ୍ଞାତ ସାରରେ ଚାଷୀର ଜମିକୁ କିସମ ବଦଳାଇବା ସାଙ୍ଗକୁ ମାଛ ଚାଷ ହେଉଥିବା ଜମି ଓ ପଡ଼ିଆ ପଡ଼ିଥିବା ଜମିର ଧାନ ଚାଷ କରାଯାଇଥିବା ଦର୍ଶାଇ ଧାନ ବିକ୍ରି କରି ସରକାରଙ୍କ ଟଙ୍କା ଆତ୍ମସାତ କରାଯାଉଥିବା ନେଇ ସମାଜସେବୀ ପ୍ରହଲ୍ଲାଦ ପାଢ଼ୀ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଲିଖିତ ଅଭିଯୋଗରେ ପାଟଣାଗଡ଼ର ଚାଷୀ ଦୀପକ କୁମାର ଜୈନ୍ ପିତା ସ୍ଵଗତ ଜିରାଲାଲ ଜୈନ ଚାଷୀ ପଞ୍ଜିକରଣ ନଂ ଏସ୍ ୧୦୫୧୦୧୧୦୦୦୨୦୦, ୨୦୧୯-୨୦, ଧାନ ଚାଷ କରିଥିବା ଦର୍ଶାଇ ପାଟଣାଗଡ଼ ସେବା ସମବାୟ ସମିତିରେ ୧୧୬ କୁଣ୍ଟାଲ ୫୮ କେଜି ଧାନ ବିକ୍ରି କରିଥିବା ବେଳେ ଚାଷୀ ଶ୍ରୀ ଜୈନ ପାଟଣାଗଡ଼ରେ ଥିବା ଖାତା ନଂ ୫୬ ପ୍ଲଟ୍ ନଂ ୧୩୬୫, ୧୩୭୧ ଏବଂ ଖାତା ନଂ୫୭ରେ ଥିବା ୧୩୨୦, ୧୩୨୧, ୧୩୫୬, ୧୩୫୮, ୧୩୬୨, ୧୩୬୩ ଦର୍ଶାଇ ଧାନ ବିକ୍ରି କରିଛନ୍ତି । ହେଲେ ପ୍ରକୃତ ଏହି ଜମିରେ ଧାନ ଚାଷ କରାଯାଇନଥିବା ଓ ଉକ୍ତ ଜମିରେ ମାଛ ଚାଷ ପାଇଁ ମାଛଟାଙ୍କି ରହିଛି । ସ୍ଵର୍ଗତ ଜିରାମଲାଲା ଜୈନଙ୍କ ସନ୍ତାନ ସନ୍ତତି ନଥିବା ବେଳେ ଦିପକ କୁମାର ଜୈନ୍ ସ୍ଵର୍ଗତ ଜିରାମଲାଲ ଜୈନଙ୍କୁ ନିଜ ପିତା କହି ତାଙ୍କ ଜମି ଦେଖାଇ ଧାନ ବିକ୍ରି କରିଛନ୍ତି ବୋଲି ଶ୍ରୀ ପାଢ଼ୀ ଲିଖିତ ଅଭିଯୋଗ କରିଛନ୍ତି । ଠିକ୍ ସେହିପରି ପାଟଣାଗଡ଼ ଥାନା ପଣ୍ଡାମୁଣ୍ଡା ଗ୍ରାମର ରମେଶ ବାଗ ସ୍ଵର୍ଗତ ପିତା ହାଡ଼ୁ ବାଗ ପଣ୍ଡାମୁଣ୍ଡା ସେବା ସମବାୟ ସମିତିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରି ଧାନ ବିକ୍ରି କରିଥିବା ବେଳେ ତାଙ୍କ ପଣ୍ଡିମୁଣ୍ଡା ମୌଜାରେ ଥିବା ଖାତା ନଂ୧୦୩/୫୧ ପ୍ଲଟ ନଂ ୧୪୮୧/୨୩୨୧ ଓ ଖାତା ନଂ ୧୭୩/୧୯୩ରେ ପ୍ଲଟ ନଂ ୧୪୮୧/୨୪୨୯, ୧୪୮୨, ୧୪୮୩, ୧୪୮୪, ୧୫୧୦ ଏବଂ କେରବେଡା ମୌଜାରେ ଥିବା ଖାତା ନଂ୭୬/୧୫୮ ପ୍ଲଟ୍ ନଂ ୫୬୯/୧୪୫୯, ପଣ୍ଡାମୁଣ୍ଡା ମୌଜାର ଖାତା ନଂ ୮୧ରେ ପ୍ଲଟ୍ ନଂ ୧୪୯୪ରେ ଆଟମାମୁଲ ରହିଥିବା ବେଳେ ମାଲପାଣି ଜମି ଦର୍ଶାଯାଇ ଧାନ ଚାଷ କରିଥିବା କାଗଜ ପତ୍ରରେ ଧାନ ବିକ୍ରି କରିଥିବା ସରକାରଙ୍କୁ ଠକିଛନ୍ତି ବୋଲି ଅଭିଯୋଗ ହୋଇଛି । ବଣାଇ ମୁଣ୍ଡା ସେବା ସମବାୟ ସମିତିରେ କାର୍ଯ୍ୟରତ ଥିବା ସମ୍ପାଦକ ଭିକ୍ଷୁକ ଯୋଷୀ ତାଙ୍କ ପାଟଣାଗଡ ତହସିଲ୍ ଅନ୍ତର୍ଗତ ଖୁଟଣାପାଣି ମୌଜାରେ ଥିବା ଖାତା ନଂ ୧୧୯/୨୦ ପ୍ଲଟ୍ ନଂ ୩୦୫, ଖାତା ନଂ ୧୦୯/୧୫ ପ୍ଲଟ୍‌ ନଂ ୧୦୩୩/୧୩୩୪, ୧୦୪୧ /୧୩୪୪ ଖାତା ନଂ ୧୦ ପ୍ଲଟ୍‌ ନଂ ୧୧୫୩/ ୧୧୯୪, ୨୯୦/ ୧୦୫୦, ୩୦୬/୧୦୫୦, ୩୫୦, ୩୮୫/୧୦୯୬ ମୋଟ୍ ଆଠଟି ପ୍ଲଟ ମଧ୍ୟରୁ ଖାତା ନଂ ୧୦୯/୯୫ର ପଟ ନଂ ୧୦୩୩ / ୧୩୦୪ ଛାଡ଼ି ଅନ୍ୟ ସବୁ ଆଟ ମାମୁଲି ରହିଥିବା ବେଳେ କିସମ ବଦଳାଇ ବାହାଲମାମୁଲି ଦର୍ଶାଇ ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଗତ ବର୍ଷ ମଧ୍ୟ ବନାଇମୁଣ୍ଡା ସେବା ସମବାୟ ସମିତିରେ ଧାନ ବିକ୍ରି କରିଥିବା ଜଣାପଡିଛି । ଚାଷୀମାନେ ମିଥ୍ୟା ସତ୍ୟପାଠ ଓ ଜମି କିସମ ବଦଳାଇ ଧାନ ବିକ୍ରି କରି ସରକାରଙ୍କ ଟଙ୍କା ଆତ୍ମସାତ କରିଥିବା ଏକ ଅପରାଧ ଅଟେ ଏହି ଚାଷୀମାନଙ୍କ ଭଳି ଅନେକ ଚାଷୀ ଠକୁଥିବା ଅଭିଯୋଗ ହୋଇଛି । ଏନେଇ ପାଟଣାଗଡ଼ ଥାନା କେସ୍‌ ନଂ ୦୨୩ ଅଣ୍ଡର ସେକ୍‌ସନ୍‌ ୧୫୪ ସିଆର୍‌ପିସି ଧାରା ୧୫୪ ଆଇପିସି ଆକ୍ଟ ୧୮୬୦ ଦଫା ୪୨୦, ୪୦୬, ୪୦୯, ୪୬୮, ୩୪ ଅନୁଯାୟୀରେ ଏକ ଅପରାଧୀ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି । ସରକାରୀ ଟଙ୍କା ହରିଲୁଟ କରି ଥିବା ଚାଷୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାଢ଼ୀ ଦାବୀ କରିଛନ୍ତି ।

Leave A Reply

Your email address will not be published.