centurian jitm

ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ନୂତନ ଶ୍ରେଣୀ କୋଠରୀ ଭିତ୍ତିପ୍ରସ୍ତ ସ୍ଥାପନ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ପ୍ରଦତ୍ତ ପାଣ୍ଠିରେ ଦୁଇଟି କୋଠା ନିର୍ମାଣ ପାଇଁ ପଞ୍ଚାୟତ ସମିତି କାର୍ୟ୍ୟାଳୟ ଗାଇସିଲେଟ ମାଧ୍ୟମରେ ଶିଳାନ୍ୟାସ ପୂଜନ ଉତ୍ସବ ବିଧାୟକ ସନତ କୁମାର ଗଡତିଆଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ,ବିଡିଓ ଲକ୍ଷ୍ମଣ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ସରପଞ୍ଚ ଶରତ କାଲୋ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଆନନ୍ଦ ମଟାରୀ,ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଭାତ ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ବିକାଶ ଅଢ଼ା, ଲୋକେଶ ପୁରୋହିତ, ପ୍ରବୀଣ ପାଣିଗ୍ରାହୀ, ବିଶ୍ଵନାଥ ସାହୁ, ଝସକେତନ ସାହୁ ପ୍ରମୁଖ ଯୋଗଦାନ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.