oom

ଆଗଲପୁର ଓ ସାଲେଭଟା ଅଂଚଳରେ କୋଶଲ ମହାବନ୍ଦ ପାଳନ

jsmm

ସାଲେଭଟା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାକୁ ଅଲଗା ରାଜ୍ୟର ମାନ୍ୟତା ଦାବୀରେ ଆଜି ସାରା ପଶ୍ଚିମ ଓଡିଶା ବନ୍ଦ ପାଳନ କରିଛିନ୍ତି । ଏଥିରୁ ଆଗଲପୁର ବ୍ଲକ ମଧ୍ୟ ବାଦ ପଡ଼ିନାହିଁ । ପଶ୍ଚିମ ଓଡିଶା ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଗଲପୁର ଓ ସାଲେଭଟା ଅଂଚଳରେ କୋଶଲ ମହାବନ୍ଦ ପାଳନ ହୋଇଛି । କୋଶଲ ସଂଗ୍ରାମୀମାନେ ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ଅଫିସ ଦୋକାନ ବଜାର ବନ୍ଦ କରିବା ସହିତ ଆଗଲପୁରଠାରୁ ରୁଗୁଡ଼ିଖାଳ ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରାରେ ଆସିଥିଲେ । ରୁଗୁଡ଼ିଖାଲଠାରେ ସଂଗ୍ରାମୀମାନେ ରାସ୍ତା ରୋକ କରିଥିଲେ । ରାସ୍ତାରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ଏହି ବନ୍ଦ ପାଳନରେ କୋଶଲ ଯୁବ ଶକ୍ତି (କେଏମ୍‌ଏମ୍‌) କୋଶଲ ସେନାର ହିତାଂଶୁ ସାହୁ, ସୁଶୀଲ ବିଶ୍ଵାଳ, ସୂର୍ଯ୍ୟ ସ୍ୱାଇଁ, ସଂଯୋଗ ସାହୁ, ସୁଜିତ କର୍ଣ୍ଣ, ମନୋଜ ବିଶ୍ଵାଳ, ଶ୍ୟାମ ବିଶ୍ଵାଳ, ଲିପନ ସାହୁ, ଅନୁଭବ ସାହୁ, ପ୍ରେମ ପଧାନ, ନିର୍ମଳ ସାହୁଙ୍କ ସହିତ ଶତାଧିକ ସଂଗ୍ରାମୀ ଯୋଗଦାନ କରିଥିଲେ । ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲେ ମଧ୍ୟ କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.