ମାଓ ଅଂଚଳରେ ପହଂଚିଲେ ପୁଲିସ ମହା ନିର୍ଦ୍ଦେଶକ ଅଭୟ : କହିଲେ, ବିକାଶ କାମରେ ପୁଲିସ୍‌କୁ ଟାର୍ଗେଟ ନକରି ମାଓବାଦୀମାନେ ସହଯୋଗ କରିବା ଦରକାର

ମାଲକାନଗିରି : ଆଜି ରାଜ୍ୟ ପୁଲିସ ମହାଦିର୍ଦ୍ଦେଶକ ଅଭୟ ମାଓବାଦୀ ଅଂଚଳ ମାଲକାନଗିରିକୁ ଗସ୍ତ କରିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲିି ହୋଇଥିବା ଏନ୍‌କାଉଂଟରରେ ୨ ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ସେନେଇ ଯବାନଙ୍କ ଆହୁରି ମନୋବଳ ବଢାଇବା ପାଇଁ ଆଜି ମାଓବାଦୀଙ୍କ ସ୍ୱାଭିମାନ ଅଂଚଳରେ ପହଂଚିଥିଲେ ରାଜ୍ୟ ପୋଲିସ ନିର୍ଦ୍ଦେଶକ ଅଭୟ । ଅଭୟ ଆଜି ଏକ ହେଲିକ୍ୟାପ୍‌ଟର୍‌ ମାଧ୍ୟମରେ ମାଲକାନଗିରି ଜିଲ୍ଳା ବରପଡାରେ ପହଂଚିଥିଲେ ଆଉ କହିଥିଲେ ଯେ, ମାଓବାଦୀମାନେ ଆଦୀବାସୀମାନଙ୍କୁ ବହୁ ଅସ୍ତ୍ରଶସ୍ତ୍ର ଦେଖାଇ ସାଧନ କରିବା ଏବଂ ସେମାନଙ୍କୁ ତାଙ୍କ ହିଂସା ପ୍ରକୃତି ଦେଖାଇ ନିଜର ଅକ୍ତିଆର କରିବା ପାଇଁ ଚେଷ୍ଟା କରୁଛନ୍ତି, ଯାହାକି ଭଲ ନୁହେଁ । ମାଓବାଦୀମାନେ ହେଉଛନ୍ତି ବିକାଶ ବିରୋଧୀ ଏଥିରେ କିଛି ଦ୍ୱିିମତ ନାହିଁ । ବିକାଶ କାର୍ଯ୍ୟରେ ତ୍ୱରାନିତ କରାଇବା ପାଇଁ ଯବାନ ମାନେ ସୁରକ୍ଷା ଦେଉଛନ୍ତି । ବିକାଶ କାର୍ଯ୍ୟରେ ପୁଲିସକୁ ଟାର୍ଗେଟ ନକରି ସେମାନେ ପୁଲିସଙ୍କୁ ସହଯୋଗ କରନ୍ତୁ । ଯା’ଫଳରେ କି ଏ ଅଂଚଳରେ ବିକାଶ ବହୁ ଶୀଘ୍ର ହୋଇପାରିବ ଏବଂ ଆଗାମୀ ଦିନରେ ଏ ଅଂଚଳରେ ବିଦ୍ୟାଳୟ ନିର୍ମାଣ, ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପାଇଁ ଡାକ୍ତର ନିଯୁକ୍ତି କାମ ଜାରି ରହିବ । ତେବେ ଏହି ବିକାଶ ପାଇଁ ବାଧା ସୃଷ୍ଟି କରୁଥିବା ମାଓବାଦୀଙ୍କ ପାଇଁ ମାଓ ଦମନ ପ୍ରକ୍ରିି୍ରୟା ଆରମ୍ଭ କରି ଦେଇଛି ପୁଲିସ । ଆନ୍ଧ୍ରପ୍ରଦେଶ ଓଡିଶା ଏବଂ ବିଏସ୍‌ଏଫ୍‌ର ମିଳିତ ସହଯୋଗରେ ଲାଲଗଡକୁ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆର କରିବାର ପାଇଁ ସ୍ୱତନ୍ତ୍ର ରଣନୀତି ଏବଂ କୁମ୍ବିଂ ଅପରେସନ୍‌ କରାଯାଉଛି ପୁଲିସ ପକ୍ଷରୁ ବୋଲି ପୁଲିସ ମହା ନିର୍ଦ୍ଦେଶକ କହିଥିଲେ । ଏହି ଅବସରରେ ବିଏସ୍‌ଏଫ କ୍ୟାମ୍ପରେ ପୁଳିସ ଅଧିକାରୀମାନଙ୍କ ସହ ମାଓଦମନ ରଣନୀତି ଆହୁରି ମଜବୁତ କରିବା ପାଇଁ ଆଲୋଚନା କରିଥିଲେ । ମାଓବାଦୀମାନେ ଯଦି ତାଙ୍କ ହିଂସା ଛାଡିଦିଅନ୍ତି ଏବଂ ସାମାଜିକ ବିକାଶର ଚିନ୍ତନ କରନ୍ତି, ତାହେଲେ ତାଙ୍କୁ ସରକାର ପକ୍ଷରୁ ଦିଆଯାଇଥିବା ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ମଧ୍ୟ କହିଥିଲେ । ଦୀର୍ଘ ୬୦ ବର୍ଷ ଧରି ଜଳବନ୍ଦୀ ଥିବା ଏହି ଆଦିବାସୀ ମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗେଇ ଦିଆଯିବ ଏବଂ ଅଗଣତାନ୍ତ୍ରିକଙ୍କୁ ଶୀଘ୍ର ଦମନ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଆର୍‌. କେ. ଶର୍ମା, ଏସ୍‌ଓଜି ଆଇଜି ଅନିରୁଦ୍ଧ ସିଂ, ଆଇଜି ଅପରେସନ୍‌ ଅମିତାଭ ଠାକୁର, ମାଲକାନଗିରି ଏସ୍‌ପି ରୁଷିକେଶ ଡି. ଖିଲାରୀଙ୍କ ସହ ପ୍ରମୁଖ ପୁଲିସ ଅଫିସର ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!