୧୨୦ତମ ମାସିକିଆ ମାଗଣା ହାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୨୦ତମ ମାସିକିଆ ମାଗଣା ହାଟ ସେକ୍ଟର ୨ ଖରିଆବାହାଲ ସାନ୍ତାଳୀ ବସ୍ତି ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଗୋପୀନାଥ ପଟ୍ଟନାୟକ, ଗ୍ରେସୀ ଡେଭିଡ, ସସ୍ମିତା ପ୍ରଧାନ, ମାନସୀ ଦାସ ମହାପାତ୍ର, ଚାନ୍ଦୁ କିସକୋ, ବାସନ୍ତୀ ମାରାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏଭଳି କାର୍ଯ୍ୟକ୍ରମ ଆଗକୁ ବଜାୟ ରଖିବା ସହ ବସ୍ତିର ଭଲମନ୍ଦ କାର୍ଯ୍ୟରେ ସହାୟତାର ହାତ ବଢ଼ାଇବାକୁ ମତ ରଖିଥିଲେ । ଏହି ଅବସରରେ ପ୍ରାୟ ୫୦ ଜଣଙ୍କୁ ନୂତନ କମ୍ବଳ, ଶାଢ଼ୀ, ଅନ୍ୟାନ୍ୟ ପୋଷାକ ପତ୍ର ଓ ଘରକରଣା ସାମଗ୍ରୀ ନିଃଶୁଳ୍କ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ କୁମାର ଦାସ, ସାଇଲକ୍ଷ୍ମୀ ବେହେରା, ଅନ୍ୱେଷା ପଣ୍ଡା, ରଞ୍ଜନ କୁମାର ସାହୁ, ଧନଲକ୍ଷ୍ମୀ ବେହେରା, ପୁରବୀ ଦାସ, କୁଞ୍ଜବିହାରୀ ରାଉତ, ହୀରା ମାରାଣ୍ଡି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.