centurian jitm

ଗେଟ୍ ସରୋବର ପଡାରେ ବରିଷ୍ଟ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଗେଟ ସରୋବର ପଡା ବି ଆର ଆମ୍ବେଦକର କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ବିଭିନ୍ନ ପରୀକ୍ଷା, ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ଓ ମାଗଣା ଔଷଧ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ଥାନୀୟ ଅଞ୍ଚାଲର ଆଶା କର୍ମୀ, କନ୍ଧପାଲି ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ୀ, ଭୀମଭୋଇ ମେଡିକାଲ କଲେଜର ଡ଼ାକ୍ତର ଗୌରିଶଙ୍କର ଦାସ, ଶାରୀରିକ ଚିକିତ୍ସକ ସତ୍ୟବ୍ରତ ସାହୁ, ଯୋଗଦେଇ ରୋଗୀ ପରୀକ୍ଷା କରିବା ସହିତ ଔଷଧ ଚିଠା ଦେଇଥିଲେ । ଶିବିରକୁ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଡି.ପି.ଏକ.ଓ .ଦିବ୍ୟ କିଶୋର ପତି ଏ ପି ଏମ ରାମାନୁଜ ପଣ୍ଡା ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୧୦୨ରୁ ଉର୍ଦ୍ଧ ବରିଷ୍ଟ ରୋଗୀ ମାଗଣା ସେବା ଲାଭ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରଟି ସୂଚାରୁ ରୂପେ ସମସ୍ତଙ୍କ ସହଯୋଗରେ ପରିଚାଳିତ ହେଇଥିଲା ।

Leave A Reply

Your email address will not be published.