ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ମାଫିଆ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମ କଟକ ପୁଲିସକୁ ମିଳିଛି ସଫଳତା । ଟ୍ରେନ ଯୋଗେ ଛତିଶଗଡ଼କୁ ଗଞ୍ଜେଇ ଚୋରାଚାଳାଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ମାଡି ବସିଲା ବିଷମ କଟକ ପୁଲିସ । ଚନ୍ଦ୍ରପୁରରୁ ଛତିଶଗଡକୁ ଟ୍ରେନ୍‌ରେ ଗଞ୍ଜେଇ ଚୋର ଚାଲାଣ କରିବା ନିମନ୍ତେ ପ୍ରସ୍ତୁତ ହେଉଥିଲେ । କୌଣସି ସୂତ୍ରରୁ ଖବର ପାଇ ବିଷମ କଟକ ପୁଲିସ ରେଳ ଷ୍ଟେସନ ପାଖରୁ ଦୁଇଜଣକୁ ସନ୍ଦେହରେ ଅଟକ ରଖିବା ସହ ସେମାନେ ଧରିଥିବା ବ୍ୟାଗ ଗୁଡିକୁ ଯାଞ୍ଚ କରିଥିଲା । ସେଥିରୁ ଗଞ୍ଜେଇ ଠାବ ହୋଇଥିଲା । ସେମାନଙ୍କ ନିକଟରୁ ତିନୋଟି ବ୍ୟାଗରୁ ୨୧କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଦୁଇ ଗଞ୍ଜେଇ ମାଫିଆମାନେ ତାମିଲନାଡୁ ରାଜ୍ୟର ଟି.ସତୀଶ କୁମାର, ଉତ୍ତରପ୍ରଦେଶର ମହମ୍ମଦ ହମିଦ୍ ବୋଲି ଜଣାପଡିଛି । ଗଞ୍ଜେଇ ଗୁଡିକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଏହାପରେ ବିଷମ କଟକ ଥାନାରେ ଏକ ମାମଲା ରୁଜୁ କରିବା ପରେ ଦୁଇ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବିଷମ କଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.