ବ୍ରେକଫେଲ ହୋଇ ଘର ଉପରେ ମାଡ଼ିଗଲା ଟ୍ୟାଙ୍କର : ଘଟଣାସ୍ଥଳରେ ବୃଦ୍ଧା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଘର ଉପରେ ମାଡ଼ିଗଲା ଟ୍ୟାଙ୍କର । ଯାହା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ରାୟଗଡ଼ା ଜିଲ୍ଲା ସଦର ବ୍ଲକ ୩୨୬ ନଂ ଜାତୀୟ ରାଜପଥ ଗୁମ୍ମାଗାଁର ରାସ୍ତାକଡରେ ଥିବା ଗୋଟିଏ ଝୁପୁଡ଼ି ଘର ସହିତ ଦୁଇଟି ଦୋକାନ ଗୃହକୁ ଗୋଟିଏ ଟ୍ୟାଙ୍କର ଧକ୍କା ଦେବା ଫଳରେ ଝୁପୁଡି ଘର ସହିତ ଦୁଇଟି ଦୋକାନ ଗୃହ ନଷ୍ଟ ହୋଇଯାଇଥିବା ବେଳେ ଝୁପୁଡି ଘରେ ଶେଇଥିବା ଜଣେ ବୃଦ୍ଧା ଯାହାଙ୍କ ନା ଲକ୍ଷ୍ମୀ ପାତ୍ର, ଘଟଣା ସ୍ଥଳରେ ତାହାଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ ବୃଦ୍ଧ ଆହତ ହୋଇଛନ୍ତି ଟ୍ୟାଙ୍କର ଡ୍ରାଇଭର ମଧ୍ୟ୍ୟ ଗୁରୂତର ହୋଇଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରର ଡ୍ରାଇଭର ଗୁରୁତର ଅବସ୍ଥାରେ ରହି ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଡ୍ରାଇଭର ଜଣକ ଦୀପକ କୁଜୁର ଓ ତାଙ୍କ ଘର ସୁନ୍ଦରଗଡ ଜିଲ୍ଲାର ତୁଶୁର ଗାଁ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଅଗ୍ନିଶମ, ସ୍ଥାନୀୟ ପୋଲିସ ସହ ଡ୍ରାଇଭର ମହାସଂଘ ପହଞ୍ଚି ଉଦ୍ଧାର କରିଥିଲେ । ମିଳିଥିବା ସୂଚନା ଅନୁଶାରେ ଆଜି ଭୋର ୩ଟା ସମୟରେ ଟ୍ୟାଙ୍କର ଗାଡିଟି ଟିକିରି ଅଞ୍ଚଳରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ ବ୍ରେକଫେଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

jittmm
Leave A Reply

Your email address will not be published.