centurian jitm

ମଧୁବାବୁ ଜୟନ୍ତୀ ଓ ସ୍ମୃତି ସଭା

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟେକ୍ସବାର ବଲାଙ୍ଗିର ଆନୁକୁଲ୍ୟରେ ବାଣିଜ୍ୟକର ଅଫିସ ପ୍ରାଙ୍ଗଣରେ ସଭାପତି ଶାନ୍ତନୁ କୁମାର ଭୋଇଙ୍କ ସଭାପତିତ୍ୱରେ ମଧୁବାବୁ ଜୟନ୍ତୀ ଓ ସ୍ମୃତି ସଭା ତଥା ଆଇନଜୀବୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଦୁଲିଚାନ୍ଦ ଅଗ୍ରୱାଲ, ରାହାସ ବିହାରୀ ମାଝି ଓ ନକୁଳ ଅଗ୍ରୱାଲ ମଦୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଓ ଦୀପ ପ୍ରଜ୍ଜଳନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବରିଷ୍ଠ ସଭ୍ୟ ରାହାସ ବିହାରୀ ମାଝି, ଚିତ୍ତ ରଂଜନ ଦାଶ, ନକୁଳ ଅଗ୍ରୱାଲ, ପ୍ରୟଞ୍ଜନ ହୋତା ଓ ଶାନ୍ତନୁ କୁମାର ଭୋଇ ମଧୁବାବୁଙ୍କ ଜୀବନୀ ଓ ମାର୍ଗ ଦର୍ଶିକା ଉପରେ ଆଲୋକପାତ କରି ତାଙ୍କର ପଦାଙ୍କ ଅନୁସରଣ କଲେ ତାହାହିଁ ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୋଜ ମାଝି, ରାଜ କିଶୋର ଜେନା, ଶ୍ରୀ ଶର୍ମାଙ୍କ ସହ ଆଇନଜୀବୀ ଓ ଚାଟାର୍ଡ ଏକାଉଣ୍ଟେଣ୍ଟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରଭଞ୍ଜନ ହୋତା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.