ସହୀଦ ମାଧୋ ସିଂଙ୍କ ଘେଁସ ସ୍ଥିତ ବାସଭବନ ବୁଲି ଦେଖିଲେ ଏଏସ୍‌ଆଇ ଟିମ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ସହୀଦ ମାଧୋ ସିଂ ଘେଁସ ସ୍ଥିତ ବାସଭବନକୁ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ସଦସ୍ୟମାନେ ଗତକାଲି ବୁଲି ଦେଖିଥିଲେ । ଘର ରକ୍ଷଣାବେକ୍ଷଣା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ଟିମ୍ ଆସିଥିଲେ । ସେମାନେ ବିଭିନ୍ନ ଦିଗରୁ ନିରୀକ୍ଷଣ କରିବା ସହ ଛାତ ଆଦିର ସ୍ଥାୟୀତ୍ୱ ସଂପର୍କରେ ପରୀକ୍ଷା ନୀରିକ୍ଷା କରିଥିଲେ । ତାଙ୍କ ସହ କବି ପଦ୍ମଶ୍ରୀ ହଳଧର ନାଗ ଏବଂ ଅଭିମନ୍ୟୁ ସାହିତ୍ୟ ସଂସଦର ସଭାପତି ଅଶୋକ କୁମାର ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.