oom

ଗଞ୍ଜାମ ପୋଲିସ ଜିଲ୍ଲା ମହକୁମାରେ ବୃହତ୍ତମ ନବନିର୍ମିତ ମଡେଲ ଥାନାର ଲୋକାର୍ପଣ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରରେ ଜିଲ୍ଲାର ବୃହତ୍ତମ ନବନିର୍ମିତ ମଡେଲ ଥାନାର ଲୋକାର୍ପଣ ହୋଇଯାଇଛି । ଏପରିକି ଗଞ୍ଜାମ ପୋଲିସ ଜ଼ିଲ୍ଲା ଅଧୀନସ୍ଥ ଛତ୍ରପୁର ଓ ହିଞ୍ଜିଳି ଥାନା, ପୁରୁଷୋତ୍ତମପୁର ଏସ୍‌ଡିପିଓ ଓ ବାଲିପଦର ଆଉଟପୋଷ୍ଟ ନୂତନ ବିଲଡିଂ ବୁଧବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଆଭାସୀ ମାଧ୍ୟମରେ ଏଗୁଡିକୁ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଛି । ଏନେଇ ଉକ୍ତ ୪ଟି ସ୍ଥାନରେ ପୋଲିସ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନ ଓ ଯାନ୍ତ୍ରିକ ସେବାର ବନ୍ଦୋବସ୍ତ କରାଯାଇଥିଲା । ଉପରୋକ୍ତ ଥାନା, ଫାଣ୍ଡି, ପୋଲିସ କାର୍ଯ୍ୟାଳୟ ଗୁଡିକରେ ଆଧୁନିକ ବ୍ୟବସ୍ଥାପନା ହୋଇଥିବା ଦେଖାଯାଇଛି । ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ତଥା ଲୋକଙ୍କୁ ପୋଲିସ ସେବା ଯୋଗାଇବାରେ ଆହୁରି ଉନ୍ନତି ଆସିବ ବୋଲି କୁହାଯାଇଛି । ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରଠାରେ ନବନିର୍ମିତ ମଡେଲ ଥାନାର ବ୍ୟବସ୍ଥିତ ଲୋକାର୍ପଣ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଆର.ଟି.ଓ. ମାନସ ରଞ୍ଜନ ସାହୁ, ଅତିରିକ୍ତ ଏସ୍‌ପି ରାଜୀବ ଲୋଚନ ପଣ୍ଡା, ଡ଼ି.ଏସ୍‌.ପି. ରଞ୍ଜନ କୁମାର ଦେ, ଛତ୍ରପୁର ଏସ୍‌ଡିପିଓ ଗୌରହରୀ ସାହୁ, ଛତ୍ରପୁର ଥାନା ଆଇ.ଆଇ.ସି. ନିରୋଦ କୁମାର ଦାସ, ନିର୍ବାଚିତ ପିଆରଓ ପ୍ରତିନିଧି, କାଉନସିଲର, ଗଣମାଧ୍ୟମ ପ୍ରେସ ପ୍ରତିନିଧି, ସଚେତନଶୀଳ ନାଗରିକ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.