oom

ଜିଲା ପୋଲିସ ଦ୍ୱାରା ବିଜାଖମନଠାରେ ଜିଲ୍ଲାର ୧୭ଟି ଥାନାରୁ ଜବତ ହୋଇଥିବା ୭୦୦୦ ଲିଟରରୁ ଅଧିକ ଦେଶୀ ମଦ ନଷ୍ଟ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲା ପୋଲିସ ଦ୍ୱାରା ବଲାଙ୍ଗିର ସ୍ଥିତ ବିଜାଖମନ ଠାରେ ଜିଲ୍ଲାର ୧୭ଟି ଥାନା ଯଥା ଟାଉନ ଥାନା, ସଦର ଥାନା, ଦେଓଗାଁ ଥାନା, ଲୋଇସିଂହା ଥାନା, ପୁଇଁନ୍ତଲା ଥାନା, ଲାଠୋର ଥାନା, ଲରମ୍ଭା ଥାନା, ବଙ୍ଗୋମୁଣ୍ଡା ଥାନା, ମୁରିବାହାଲ ଥାନା, କଣ୍ଟାବାଞ୍ଜି ଥାନା, ସିନ୍ଧେକେଲା ଥାନା, ସଇଁନ୍ତଲା ଥାନା, ଟିଟିଲାଗଡ଼ ଥାନା, ତୁରେକେଲା ଥାନା, ତୁଷୁରା ଥାନା, ବେଲପଡ଼ା ଥାନା ଆଦିରୁ ଜବତ ହୋଇଥିବା ୫୦୮ଟି ମାମଲାରେ ୭୦୦୦ ଲିଟରରୁ ଅଧିକ ଦେଶୀ ମଦକୁ ଆଜି ଏସ୍‌ପିଙ୍କ ଉପସ୍ଥିତିରେ ଏକ ନୂଆ ଢଙ୍ଗରେ ଜିଲ୍ଲା ପୋଲିସ ନଷ୍ଟ କରିଛି । ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ହୋଇଥିବା ବେଳେ ସମସ୍ତ ଥାନାର ଦେଶୀ ମଦକୁ ଗୋଟିଏ ଜାଗାରେ ରଖି ମଦ ଉପରେ ଜେସିବି ଚଢାଇ ନଷ୍ଟ କରାଯାଇଥିଲା ବୋଲି ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.