ବିନିକା : ବେଆଇନ ଭାବରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ସୂଚନା ଯୋଗ୍ୟ ଯେ, ବିନିକାର ୩ଟି ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ୨୮ ଲିଟର ମଦ ଜବତ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ୩ ଜଣ ଅଭିଯୁକ୍ତ ମଧ୍ୟରୁ ୨ ଜଣ ଅଭିଯୁକ୍ତଙ୍କୁ ନୋଟିସ୍ ଦିଆଯାଇ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ, ଗତକାଲି ବିନିକାର ଛବିଳ ଦାଣ୍ଡିଆଙ୍କ ଠାରୁ ୧୦ଲିଟର ଓ ବିଶାଳପାଲିି ଛକରୁ ନିମାଇଁ ଭୋଇଙ୍କ ଠାରୁ ୧୦ଲିଟର ମଦ ଜବତ କରିଥିବା ବେଳେ ଗୁଲୁଣ୍ଡା ଗ୍ରାମରେ ସୁବ୍ରତ ସାହୁଙ୍କ ଠାରୁ ୮ଲିଟର ରନ୍ଧାମଦ ଜବତ କରିଥିବା ଜଣାପଡ଼ିଛି । ସୁବର୍ଣ୍ଣପୁର ଅବକାରୀ ଅଧୀକ୍ଷକ ସାମୁଏଲ ଏକ୍କାଙ୍କ ନିର୍ଦ୍ଦେଶକ୍ରମେ ବିନିକା ଅବକାରୀ ଉପନିରୀକ୍ଷକ ଗୋବର୍ଦ୍ଧନ ରଣା, ଏଏସ୍ଆଇ କେଶବ ଧରୁଆ, କୀର୍ତ୍ତନ ନାଏକ, କନେଷ୍ଟବଳ ଭେଙ୍କଟରମଣ ବେହେରା, ପ୍ରଶାନ୍ତ ପରିଡ଼ା, ପିଣ୍ଟୁ ସାହୁ, ମମତା ବାଗ, ଉର୍ବୀ ମାଝି ପ୍ରମୁଖ ଚଢ଼ାଉରେ ଉପସ୍ଥିତ ଥିଲେ ।