
ବେଗୁନିଆ : ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଅସରଳା ଓ କୋଟସିଂ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ପାଇଁ ଥିବା ୬ହଜାର ଲିଟର ପୋଚକୁ ନଷ୍ଟ କରାଯିବା ସହ ୩୪୦ ଦେଶୀ ରନ୍ଧା ମଦ ସହିତ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୧ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଚଢ଼ାଉ ବେଳେ ମଦ ମାଫିଆମାନେ ଖସିଯାଇଥିଲେ । ଚଢ଼ାଉରେ ଏଗଜୁକୁଟିଭ ମାଜିଷ୍ଟ୍ରେଟ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ଖୋର୍ଦ୍ଧା ଅବକାରୀ ଇନିସ୍ପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ୟୁନିଟ ଅଧିକାରୀ ବି. ମନୋଜ କୁମାର, ବେଗୁନିଆ ଓଆଇସି ରାଜେନ୍ଦ୍ର ଖେସ ପ୍ରମୁଖଙ୍କ ସହିତ ଏପିଆର ଏବଂ ଖୋର୍ଦ୍ଧା, ଜଟଣୀ, ବେଗୁନିଆ ଅବକାରୀ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ ।