ଚୋରାମଦ ଜବତ, ୧ ଗିରଫ

ବୀରମହାରାଜପୁର : ବୀରମହାରାଜପୁର ଅବକାରୀ ବିଭାଗ ତରଫରୁ ବେଆଇନ ମଦ ରନ୍ଧା ହେଉଥିବା ସ୍ଥାନରେ ଚଢାଉ କରିଥିଲେ । ସୁବଲୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ହତ ଚୁବକାଦାଦର ଗ୍ରାମରୁ ମହୁଲ ପୋଚ ଓ ଚୋରା ଦେଶୀମଦ ଜବତ କରାଯାଇଛି । ଚୋରାମଦ ପ୍ରସ୍ତୁତିରେ ସଂପୃକ୍ତ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ଚୁବକାଦାଦର ଗ୍ରାମର ବ୍ରଜଗୋପାଳ ଗିରଙ୍ଗା(୨୨) ବୋଲି ଜଣାପଡିଛି । ଏନେଇ ଅବକାରୀ ବିଭାଗ ତରଫରୁ କେସ୍ ନଂ ୧୨୭/୨୨ରେ ଏକ ମାମଲା ରୁଜୁ କରାଯାଇଛି । ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବୀରମହାରାଜପୁର ଅବକାରୀ ବିଭାଗ ଏଏସଆଇ ବନମାଳୀ ରଣାଙ୍କ ନେତୃତ୍ୱରେ କନେଷ୍ଟବଳ ଚିତ୍ତରଞ୍ଜନ ଦାଶ, ଭାଗ୍ୟବାନ କୁମ୍ଭାର ଓ ନମିତା ବାଦୀ ସାମିଲ ଥିଲେ ।

Leave A Reply

Your email address will not be published.