ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଅବକାରୀ ବିଭାଗ ପକ୍ଷରୁ ବିଦେଶୀ ନକଲି ମଦ କାରଖାନାରେ ଚଢ଼ାଉ : ବ୍ୟାପାକ ପରିମାଣର ନକଲି ମଦ ଜବତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇପାଳ ଗାଁରେ ଥିବା ବିଦେଶୀ ନକଲି ମଦ ତିଆରି କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛି ଅବକାରୀ ବିଭାଗ । ତେବେ କୋଣସି ସୂତ୍ରରୁ ଖବର ପାଇ କଟକ ଫ୍ଲାୟିଙ୍ଗ ସ୍କ୍ୱାର୍ଡ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ବିଦେଶୀ ମଦ ତିଆରି ସାମଗ୍ରୀ ଜବତ କରିବା ସହ ଜଣେ ମଦ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ମଦ ମାଫିଆ ଜଣକ ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗାଁର ବିଷ୍ଣୁ ଚରଣ ବେହେରା ବୋଲି ଜଣାପଡିଛି । ନକଲି ବିଦେଶୀ ମଦ କାରଖାନାରୁ ୬୦ ଲିଟର ନକଲି ବିଦେଶୀ ମଦ ୩୬୦ ଲିଟର ସ୍ପିରଟି, ୩ହଜାର ନକଲି ଲେବଲ, ୨ହଜାର ୪ସହ ଠିପି, ୧ହଜାର ଖାଲି ବୋତଲ, ୧ଲିଟର କାରାମେଲ, ୧ଲିଟର ଏ ସେନ୍ସ ଫ୍ଲେବର ଜବତ କରାଯାଇଛି । ସୂଚନା ଅନୁସାରେ ଏହା ପୂର୍ବରୁ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଏକ ମଦ ଟ୍ୟାଙ୍କରକୁ ଧରିବାରେ ସଫଳ ହୋଇଥିଲା । ଯାହାକୁ ଭିର୍ତ୍ତି କରି ଅବକାରୀ ପୋଲିସ କହ୍ନେଇପାଳ ଗାଁରେ ଧରିବାରେ ସକ୍ଷମ ହୋଇଥିଲା । ତେବେ ଆଗାମୀ ଦିନରେ ଏହାକୁ ନେଇ ଅନେକ କିଛି ଗୁମର ସାମ୍ନାକୁ ଆସିବ ବୋଲି ଚଚ୍ଚା ହେଉଛି ।

Leave A Reply

Your email address will not be published.