ମିଡ ଟାଉନ ମଦ ଦୋକାନ ସିଲ କଲା କଂଟାବାଂଜି ପୋଲିସ ଓ ଅବକାରୀ ବିଭାଗ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ରହିଛି ମିଡ ଟାଉନ ମଦ ଦୋକାନ । ଗତ ଦୁଇବର୍ଷରୁ ଅଧିକ ସମୟ ହେଲା କୋର୍ଟରେ ମିଡ ଟାଉନ ନାମରେ ମାମଲା ବିଚାରାଧୀନ ରହିଛି । ଏହି ମଦ ଦୋକାନର ଲାଇସେନ୍ସ ରିନୁଆଲ ହୋଇନଥିବାରୁ ଦୋକାନରେ ଥିବା ମଦ ଜବତ କରିଛି ଅବକାରୀ ବିଭଗ । ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ କୋର୍ଟରେ ମାମଲା ବିଚାରଧିନ ଅବସ୍ଥାରେ ରହିଛି । ଯେହେତୁ ଦୁଇବର୍ଷରୁ ଅଧିକ ଦିନ ହେଲା ମଦ ଦୋକାନରେ ବିଭିନ୍ନ ପ୍ରକାରର ମଦ ରହିଥିବା ବେଳେ ଲାଇସେନ୍ସ ମଧ୍ୟ ନବୀକରଣ ହୋଇ ନାହିଁ, ତେଣୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି ପୋଲିସ ଓ ଅବକାରୀ ପୋଲିସର ଉପସ୍ଥିତରେ ଦୋକାନର ସମସ୍ତ ମଦ ସିଜ୍‌ କରି କଣ୍ଟାବାଞ୍ଜି ଅବକାରୀ ଥାନାକୁ ସ୍ଥାନାନ୍ତର କରାଯାଇଛି । ଯେଉଁଦିନ ତାଙ୍କ ଲାଇସେନ୍ସ ନବୀକରଣ ହେବ, ସେହି ଦିନ ତାଙ୍କୁ ପୁଣି ଏହି ସବୁ ମଦ ଫେରସ୍ତ ଦିଆଯିବ ବୋଲି କହିଛନ୍ତି ଅବକାରୀ ପୋଲିସ ।

Leave A Reply

Your email address will not be published.