om academy

ମଦ ବ୍ୟବସାୟରେ ମାତିଛନ୍ତି ହିଞ୍ଜିଳି ଅଂଚଳର ଯୁବପିଢ଼ି

jsm

ହିଞ୍ଜିଳିକାଟୁ : ନାମିଦାମୀ ମଦବୋତଲରେ ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାର ଲେବଲ ଷ୍ଟିକର ଲାଗିଛି । କିନ୍ତୁ ମଦ ବିହୁନେ ସବୁ ଅଚଳ । ଜନ୍ମଦିନ ପାଳନଠୁ ଆରମ୍ଭ କରି ଶେଷ ଠିକଣା ଯାତ୍ରାରେ ମଦର ପସରା ଚାଲିଛି । ଅନ୍ୟପଟେ ସରକାରଙ୍କ ମୋଟା ରକମର ରାଜସ୍ଵ ଆଦାୟ ମଧ୍ୟ ହେଉଛି । ଯାହା ଫଳରେ ଗଳାବାଟ ଓ ଡିଆଁବାଟେ ପୁଳାପୁଳା ମଦ ବିକ୍ରିକୁ ଗାଁ ସହରର ଗଳିକନ୍ଦିରେ ଅବାଧରେ ଲୁଚାଛପା ହେଉ ବା ଖୁଲମଖୋଲା ମଦ୍ୟପାନ ଦୋକାନ ପସରା ଚାଲିଛି । ଗତମାସ ୨୫/୦୪ ରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ନୂଆଁ ମକରଝୋଳ କୁକୁଡ଼ା ଫାର୍ମରୁ ନକଲି ନାମିଦାମୀ ବ୍ରାଣ୍ଡ ମଦ ପ୍ରସ୍ତୁତି ହେଉଥିବା ବେଳେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଏହାର ମୁଖ୍ୟ ମାଷ୍ଟର ମାଇଣ୍ଡକୁ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇନଥବା ଚର୍ଚ୍ଚାର ବିଷୟ ପାଲଟିଛି ଓ ସନ୍ଦେହ ଘେରରେ ରହିବା ସମ୍ଭାବନା ରହିଛି । ଚଳିତ ମାସ ହିଞ୍ଜିଳିକାଟୁ ପୌରାଚଂଳ ରେଗିଡି ସାହିରୁ ଏବଂ ହିଞ୍ଜିଳି ସହରର ଲକ୍ଷ୍ମୀ ବଜାରରୁ ବେଆଇନ ଭାବେ ନାମିଦାମୀ ମଦ ବିକ୍ରୀ କରୁଥିବା ନେଇ ପୃଥକ ପୃଥକ ଭାବେ ହିଞ୍ଜିଳି ଥାନା ପକ୍ଷରୁ ଚଢ଼ାଉ କରାଯାଇ କେଶ୍ ନଂ ୨୫୯/୨୧ ଏବଂ ୨୭୫/୨୧ ପ୍ରକାରେ ମକଦ୍ଦମା ରୁଜ୍ଜୁ କରାଯାଇଥିବା ହିଞ୍ଜିଳି ଥାନାରୁ ସୂଚନା ମିଳିଛି । ହେଲେ ସିଜ ହୋଇଥିବା ମଦର ଗୁଣାତ୍ମକ ଓ ସାପ୍ତାହନ୍ତ ସଟଡାଉନ କରୋନା ମହାମାରୀ କାଳରେ ହିଞ୍ଜିଳିକାଟୁ ଅଚଁଳରେ ବେଧଡ଼କ ଭାବେ ମଦ ବିକ୍ରୀ ହେଉଥିବା ବେଳେ, ହିଞ୍ଜିଳି ଅବକାରୀ ବିଭାଗ ନିଜ ଅଂଚଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଚେଇଁ ଶୋଇ ରହିଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ ହେଉଛି । ସହରର ଉପକଣ୍ଠରେ ସାପ୍ତାହନ୍ତ ସଟଡାଉନ ସମୟରେ ବେଆଇନ ଭାବେ ମଦବିକ୍ରୀ ଉପରେ କଡାକଡି ସହ କଠୋର କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ କହିଥିବାବେଳେ ଅବକାରୀ ବିଭାଗ କାର୍ଯ୍ୟ କଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.