ls

ଚୋରା ମଦଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ

sb

ନୀଳଗିରି : ଚୋରାମଦ ଭାଟି ଉପରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଶିଆଡିମାଳ, ବନ୍ଧସାହି ଓ କୁମ୍ବାରସାହି ଗ୍ରାମରେ ବାଲେଶ୍ଵର ଅବକାରୀ ମୋବାଇଲ ଟିମ୍ ଓ ନୀଳଗିରି ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢ଼ାଉ ହୋଇଥିବା ଜଣାପଡିଛି । ମୋଟ ୧୩ ହଜାର ୫୦୦ ଲିଟର ଗୁଡ଼ପୋଚ, ୨୦୦ଲିଟର ଦେଶୀମଦ ଅବକାରୀ ବିଭାଗ ଜବତ କରିଛି ।

ସୂଚନା ଅନୁସାରେ, ନୀଳଗିରି ଥାନା ଅଧିନ ଶିଆଡିମାଳ, ବନ୍ଧସାହି ଓ କୁମ୍ବାରସାହି ଗ୍ରାମରେ ଥିବା ଚୋରାମଦ ଭାଟି ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି । ଏହି ସମୟରେ ମୋଟ ୧୩ ହଜାର ୫୦୦ ଲିଟର ଗୁଡ଼ପୋଚ, ୨୦୦ଲିଟର ଦେଶୀମଦ ଜବତ କରି ନଷ୍ଟ କରାଯାଇଥିବା ବେଳେ ବିପୁଳ ପରିମାଣରେ ମଦ ରନ୍ଧା ସାମଗ୍ରୀ ଜବତ ହୋଇଛି । ନୀଳଗିରି ଅବକାରୀ ଆଇଆଇସି ସୋର ଦାୟିତ୍ୱରେ ଥିବା ବେଳେ ସେ ମଧ୍ୟ ସୋର ଅବକାରୀ ବିଭାଗକୁ ଧରି ଜାରକା, ଜାମଝାଡ଼ି ଓ ଦାଣ୍ଡହରିପୁର ଅଞ୍ଚଳରୁ ଚଢ଼ାଉ କରିଥିବା ଜଣାପଡିଛି । ଘଟଣାରୁ ଦୁଇଟି ମୋଟର ସାଇକେଲ ଓ ଗୋଟିଏ ସ୍କୁଟି ଗାଡି ଜବତ ହୋଇଥିବା ବେଳେ ୭.୨ ଲିଟର ବିଅର ଓ ୨.୧୬ ଲିଟର ବିଦେଶୀ ମଦ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନାରେ କୁହାଯାଇଛି ।

pc pk
Leave A Reply

Your email address will not be published.