ଦେଶୀ ମଦ ଜବତ : ୨ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅବକାରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ଏକ ବାଇକ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଲୋଇସିଂହାର ଚତୁର୍ଭୁଜ ବିଶୋଇ ଓ ଦୀପକ ସୁନା । ଉଭୟଙ୍କଠାରୁ ପ୍ରାୟ ୭୦ ଲିଟର ଦେଶୀ ଖୋଲା ମଦ ଜବତ କରାଯାଇଛି । ଲୋଇସିଂହା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଖୋଲାଖୋଲି ଭାବେ ଚୋରା ଦେଶୀ ମଦର ଅବାଧ କାରବାର ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି । ଏହି ଚଢ଼ାଉରେ ଲୋଇସିଂହା ଅବକାରୀ ଧିକାରୀ ଜଗନ୍ନାଥ ମିଶ୍ର, ସୁରେଶ ଭୋଇ, ଅଜିତ ସାହୁ, ନିରଞ୍ଜନ ସାହୁ, ସୁନେଲି ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.