jayashree

ଋଷିକୁଲ୍ୟା ନଦୀରେ ମାଛ ମଡ଼କ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସନ୍ନିକଟ ଋଷିକୂଲ୍ୟା ନଦୀରେ ହଜାର ହଜାର ସଂଖ୍ୟକ ମାଛ ମରି କୂଳରେ ପଡିବା ସହ ଭାସୁଥିବା ଦେଖିବାକୁ ମିଳିଛିଫ ଯାହାକୁ ନେଇ ମତ୍ସ୍ୟଜୀବୀମାନେ ନିଜ ପେଟ ପାଟଣାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ବିଷୁବ ସଂକ୍ରାନ୍ତି ପାଇଁ କୌଣସି ମତ୍ସଜୀବୀ ଋଷିକୂଲ୍ୟା ନଦୀକୁ ଡ଼ଙ୍ଗା ଧରି ମାଛ ମାରିବାକୁ ଯାଇ ନଥିବା ବେଳେ କେଉଁ କାରଣରୁ ମାଛ ମରିଛି ତାହା ଜଣାପଡ଼ିନାହିଁ । ଋଷିକୁଲ୍ୟା ମୁହାଁଣଠାରୁ କାଇଁଚପୁର ଗ୍ରାମ ମଧ୍ୟରେ ନଦୀରେ ହଜାର ହଜାରମଲା ମାଛ ପଡି ମରିପଡି ରହିଥିବା ଯୋଗୁଁ ପୁଟିଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ଦିନରେ ମସ୍ୟଜୀବୀମାନେ ନଦୀକୁ ମାଛ ମାରିବାକୁ ଯିବା ସମୟରେ ଉକ୍ତ ମାଛ ଗୁଡିକରେ କଣ୍ଟା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ମାତ୍ସଜୀବୀମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ କଣ୍ଟିଆ ମାଛ ମାନଙ୍କ ବ୍ରିଡିଙ୍ଗ ସିଜନ ଏହି ସମୟରେ ସେମାନଙ୍କ ଗାଲିରେ ଏକ ପ୍ରକାର ପୋକ ଲାଗିଯାଇଥାଏ ସେହି କାରଣରୁ ମାଛ ମାନଙ୍କ ମୃତ୍ୟୁ ହୋଇପାରେ ବୋଲି ପୁରୁଣାବନ୍ଧ ଗ୍ରାମ୍ୟ ସଭାପତି ମାଗତା ବେହେରା ସନ୍ଦେହ ପ୍ରକାଶ କରିଛନ୍ତି । ସେହିପରି ଏପରି ମାଛ ମଡ଼କ ଯୋଗୁଁ ମସ୍ୟଜୀବୀଙ୍କ ଜୀବିକା ଉପରେ କୁପ୍ରଭାବ ପଡିପାରେ ବୋଲି ଦାମୋଦରପୁର ଗ୍ରାମର ମସ୍ୟଜୀବୀ ଗୋବିନ୍ଦ ବେହେରା ମତ ପ୍ରକାଶ କରିଛନ୍ତି । ଯାହାକୁ ନେଇ ବିଭଗୀୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରି ଗରିବ ମସ୍ୟଜୀବୀମାନଙ୍କୁ ସରକାରୀ ସାହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.