oom

ଯୁବପିଢିଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ଶିବିର

jsmm

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନାରୀ ସଶକ୍ତିକରଣ ଉଦ୍ଦେଶ୍ୟ ନେଇ ମାଛ ଚାଷ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସୋମବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୈଜ୍ଞାନିକ ପଦ୍ଧତିରେ କିପରି କମ୍‌ ଖର୍ଚ୍ଚରେ ଅଧିକ ମାଛ ଉତ୍ପାଦିତ କରାଯାଇ ପାରିବ ସେ ସମ୍ବନ୍ଧରେ ସ୍ଥାନୀୟ ମସ୍ୟଜୀବୀ ସମ୍ପ୍ରଦାୟର ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ଆତ୍ମାର ପ୍ରକଳ୍ପ ନିର୍ଦେଶକ ଅଜିତ କୁମାର ମଲ୍ଲିକ, ପାଳିବନ୍ଧ ସରପଞ୍ଚ ଦିଲିପ କୁମାର ଛୋଟରାୟ, ଗଞ୍ଜାମ ଏଏଫ ଓ ପ୍ରଣତି କୁମାରୀ ଗିରି, ଛତ୍ରପୁର ଏଏଫ ଓ ମନୋରଞ୍ଜନ ନାୟକ, ପୁରୁଣାବନ୍ଧ ଗ୍ରାମ୍ୟ ସଭାପତି ମାଗତା ବେହେରା, ଏଟିଏମ୍‌ ବିଶ୍ୱଜିତ ପ୍ରଧାନ, ପ୍ରଜ୍ଞା ପରିମିତା ବେହେରା ପ୍ରମୁଖ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ ମାଛ ଚାଷ କରି କିପରି ନାରୀମାନେ କମ୍‌ ଖର୍ଚ୍ଚ କରି ଅଧିକ ଅର୍ଥ ଉପାର୍ଜନ କରି ପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.