jayashree

ଘଟଗାଁ ମା’ ତାରିଣୀଙ୍କ ପୀଠରେ ପାଳିତ ହେଉଛି ମହାସପ୍ତମୀ, ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ

ଘଟଗାଁ : ନବରାତ୍ର ପାଇଁ ଚଳଚଂଚଳ ପୁରଠାରୁ ପଲ୍ଲି । ଆଜି ରାଜ୍ୟର ପ୍ରତ୍ୟେକଟି ଦେବୀ ପୀଠ ଗୁଡିକରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜ୍ୟର ଏକମାତ୍ର ଦେବୀପୀଠ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଆଜି ମହାସପ୍ତମୀ ପୂଜା ପାଳନ କରାଯାଉଛି । ତେବେ ନବରାତ୍ର ପ୍ରଥମ ଦିନରୁ ଷଷ୍ଠୀ ପର୍ଯ୍ୟନ୍ତ ତାରିଣୀ ପୀଠରେ କେବଳ ନବରାତ୍ର ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ମହାସପ୍ତମୀ ଦିନଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଚାରିଦିନ ବ୍ୟାପୀ ମା’ ତାରିଣୀଙ୍କ ପୀଠ ଚଳଚଂଚଳ ହୋଇଥାଏ । ମହାସପ୍ତମୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମା’ ସୁନାବେଶରେ ଶ୍ରଦ୍ଧାଳୁ ଦର୍ଶନ ଦେଇଥାନ୍ତି । ଭୋର୍ ୪ଟାରୁ ମାଙ୍କର ସେବାୟତମାନେ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ଷୋଡଶ ଉପଚାର ପୂଜା, ବଡସିଂହାର ବେଶ ସହିତ ମା’ଙ୍କୁ ଯଥା ରିତିକାନ୍ତି ପୂଜାର୍ଚ୍ଚନା କରି ମା’ଙ୍କୁ ସୁନା ବେଶରେ ସଜ୍ଜିତ କରି ସକାଳ ୬ଟାରେ ମନ୍ଦିର ପହଡ ଖୋଲିଥିଲା । ମା’ଙ୍କର ଏହି ଦୁର୍ଲ୍ଲଭ ସୁନାବେଶକୁ ଦେଖିବା ପାଇଁ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.