ls

କରୋନା କଟକଣା ମଧ୍ୟରେ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

sb

କେନ୍ଦୁଝର : ଦୀର୍ଘ ଦିନ ପରେ ଖୋଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର । ମା’ ଙ୍କ ଦର୍ଶନ ପାଇଁ କରାଯାଇଛି ସ୍ଵତନ୍ତ୍ର ଗାଇଡ଼ ଲାଇନର ବ୍ୟବସ୍ଥା । ଆଜି ସକାଳ ୭ ଘଟିକା ୩୦ମିନିଟରେ ମନ୍ଦିର ଦ୍ୱାରା ଭକ୍ତଙ୍କ ପାଇଁ ଖୋଲିଥିଲା । ଭକ୍ତମାନେ ମନ୍ଦିର ପ୍ରବେଶ ପୂର୍ବରୁ ସାନିଟାଇଜ ହେବା ସହ ମାସ୍କ ପରିଧାନ କରି ସାମାଜିକ ଦୂରତା ବଜାଇ ରଖି ମନ୍ଦିର ଭିତରକୁ ପ୍ରବେଶ କରି ମା’ ଙ୍କ ଦର୍ଶନ କରିଥିଲେ । ତେବେ ସାଧାରଣ ଦର୍ଶନ ପାଇଁ ସକାଳ ୭ଘଟିକା ୩୦ ମିନିଟ ଠାରୁ ଆରମ୍ଭ ହୋଇ ୧୨ ଘଟିକା ୩୦ ମିନିଟ ପଯ୍ୟନ୍ତ ଏବଂ ଅପରାହ୍ନ ୪ଘଟିକାରୁ ସନ୍ଧ୍ୟା ୭ଘଟିକା ପର୍ୟ୍ୟନ୍ତ ଦର୍ଶନ ସମୟ ରହିଛି । କେବଳ ଦର୍ଶନ କରିପାରିବେ ଭକ୍ତ କୌଣସି ଭୋଗ ମନ୍ଦିରରେ ଲାଗି ପାରିବିନି ।

pc pk
Leave A Reply

Your email address will not be published.