ଟିଟିଲାଗଡ଼ ଟିଟିଡୁଙ୍ଗୁରିପଡ଼ାରେ ମାଁ ଭୈରବୀଙ୍କ ଝାମୁଯାତ୍ରା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଦଶହରା ମାସ ନବରାତ୍ରର ଷଷ୍ଠୀ ଦିନରେ ଟିଟିଲାଗଡ଼ ଟିଟିଡୁଙ୍ଗୁରିପଡ଼ା ଠାରେ ଥିବା ମାଁ ଭୈରବୀଙ୍କ ମନ୍ଦିର ପ୍ର।ଙ୍ଗଣରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରର ସହିତ ଶହ ଶହ ଭକ୍ତଙ୍କ ଗହଣରେ ନିଆଁ ଅଙ୍ଗାର ଉପରେ ଦେବୀ ଚାଲି ଚାଲି ଯିବା ଆସିବା କରିଥିଲେ । ବାଜାର ତାଳେ ତାଳେ ପ୍ରଥମେ ଦେବୀ ଆସୁଥିବା ୨ ଜଣଙ୍କୁ ପୂଜାର୍ଚ୍ଚନା କରି ମନ୍ଦିର ନିକଟକୁ ପାଛୋଟି ଆଣି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ବୋଦା ବଳୀ ଦିଆଯାଇଥିଲା । ତାପରେ ଝାମୁଯାତ୍ରା ହୋଇଥିଲା । କଣ୍ଟା ଦୋଳିରେ ଭକ୍ତଙ୍କୁ କୋଳରେ ବସାଇ ଦୋଳି ମଧ୍ୟ ଖେଳିଥିଲେ । ଏହି ଅବସରରେ ଟିଟିଲାଗଡ଼ ତଥା ଆଖପାଖ ଅଞ୍ଚଳର ବହୁତ ଶ୍ରଦ୍ଧାଳୁ ଏହି ଯାତ୍ରା ଦେଖିବା ପାଇଁ ଭିଡ଼ ଜମାଇଥିଲେ । ନିଆଁ ଅଙ୍ଗରାରେ ଚାଲିଲା ପରେ ପଡ଼ା ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ଅବସରରେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ଆସି ମାଁ ଭୈରବୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ମନ୍ଦିରର ଉନ୍ନତି ନିମନ୍ତେ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ଶ୍ରୀ ଜୈନ କହିଛନ୍ତି ବୋଲି ଆୟୋଜ କମିଟିର ସଦସ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.