ବଲାଙ୍ଗିର, (କେପିଏନ୍ଏସ୍) : ୨ ଜଣ କିନ୍ନର ଜଣେ ଯୁବକଙ୍କଠାରୁ ୧୧ ହଜାର ଟଙ୍କା ସହ ମୋବାଇଲ ଫୋନ୍ ଲୁଟି ନେଇଥିବା ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବିଜେପୁର ପାଖ ତୁହିଲାମାଲ ଗାଁର ମନୋଜ ହରିପାଲ୍ ତାମିଲ୍ନାଡ଼ୁରୁ ଟ୍ରେନ୍ ଯୋଗେ ଫେରି ନିଜର ଜଣେ ସାଂଗଙ୍କୁ ବଲାଙ୍ଗିର ଟାଉନ୍କୁ ଛାଡ଼ିବାକୁ ଆସିଥିଲେ । ସାଂଗଙ୍କୁ ଛାଡ଼ି ଭାଗିରଥିଛକ ପାଖ ସିଡ଼ିଏମ୍ଓ ଅଫିସ୍ ସମ୍ମୁଖରୁ ଦୁଇ ଜଣ କିନ୍ନର ମନୋଜଙ୍କୁ ଗଳି ଭିତରକୁ ଡାକିନେଇ ତାଙ୍କଠାରୁ ୧୧ ହଜାର ଟଙ୍କା ସହ ତାଙ୍କ ମୋବାଇଲ୍ ଫୋନ୍ ଲୁଟି ନେଇଥିବା ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ମନୋଜ ।
Prev Post
Next Post