oom

ରେଲୱେ ଷ୍ଟେସନ ଛକ ଠାରୁ ୨ ଜଣ ଲୁଟେରାଙ୍କୁ କାବୁ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ପୋଲିସ

jsmm

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଟାଉନ ପୋଲିସ ୨ ଜଣ ଲୁଟେରାଙ୍କୁ ରେଲୱେ ଷ୍ଟେସନ ଛକ ଠାରୁ ଗିରଫ କରିଥିବା ନେଇ ଖବର ମିଳିଛି । ଖବର ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡର ଗଞ୍ଜାଉଡାର ଗ୍ରାମର ରୁଦ୍ରମଣି ବିଶି ତାଙ୍କ ଦୁଇ ସାଙ୍ଗ ସହ ଚେନ୍ନାଇରୁ ଫେରି ସ୍ଥାନୀୟ ରେଲୱେ ଷ୍ଟେସନ ଛକ ଠାରେ ଅଟକି ଥିବାବେଳେ ଏହି ସମୟରେ ଦୁଇ ଜଣ ଲୁଟେରା ଆସି ମରଣାସ୍ତ୍ର ଦେଖାଇ ତାଙ୍କଠାରୁ ମୋବାଇଲ ଫୋନ ଓ ତାଙ୍କ ସାଙ୍ଗ ସୁବିନ ଠାରୁ ଟ.୭୫୦/- ଲୁଟି ନେଇ ମାରପିଟ କରିଥିଲେ। ଭୟରେ ସେମାନେ ଷ୍ଟେସନକୁ ଦୌଡି ଆସି ପିସିଆରକୁ ଫୋନ୍ କରିବାରୁ ସଙ୍ଗେ ସଙ୍ଗେ ବଲାଙ୍ଗିର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଲୁଟେରାମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଗିରଫ ଦୁଇ ଜଣ ଲୁଟେରା ମାନେ ହେଲେ ମାଲଗୋଦାମପଡାର ରଞ୍ଜିତ ସୁନା(୨୮) ଏବଂ ସାଲେପାଲିର ଶରତ ଓରଫ ସୁରୁବାବୁ ନାଗ(୨୦) । ତେବେ ଏହି ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଟାଉନ ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତରାୟ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.