ଯାଜପୁର : ଯାଜପୁର ଧର୍ମଶାଳା ଥାନା ଅଧୀନ ନରସିଂହପୁର ନିକଟରେ ସୁନା ବ୍ୟବସାୟୀଙ୍କଠୁ ସୁନା ଲୁଟି ନେଲେ ଦୁର୍ବୃତ୍ତ । ଲୁଟ୍ ସଂପର୍କରେ ଖବର ପାଇ ପୋଲିସ ଛାନ୍ଭିନ୍ ଜାରି ରଖିଛି । ଉପେନ୍ଦ୍ର ସାହୁ ସୁନା ଦୋକାନ କରିଥିବା ବେଳେ କାମ ସାରି ରାତିରେ ଘରକୁ ଫେରୁଥିଲେ ।ସେହି ସମୟରେ ନରସିଂହପୁର ନିକଟରେ ୬ ଜଣ ଦୁର୍ବୃତ୍ତ ଆସି ଉପେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ସୁନା ଲୁଟି ନେଇଛନ୍ତି । ଲୁଟେରା ମାନେ ପାଖାପାଖି ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟାଗରେ ଥିବା ସୁନା ଅଳଙ୍କାର ସହ କିଛି କାଗଜପତ୍ର ମଧ୍ୟ ଦୁର୍ବୃତ୍ତ ମାନେ ନେଇ ଯାଇଛନ୍ତି । ଘଟଣା ସ୍ଥଳରେ ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।